ନାରୀ ନିର୍ଯାତନା ବିରୋଧରେ ବିଜେଡିର ଆନ୍ଦୋଳନ, ଡିଜିଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

Date:- 06/08/2025Place:- Bhadrak :- ଭଦ୍ରକ: ନାରୀ ନିର୍ଯାତନା ବିରୋଧରେ ଆନ୍ଦୋଳନ। ବିଶାଳ ଶୋଭାଯାତ୍ରା ସହ ଜିଲ୍ଲା ଏସପିଙ୍କ ମାଧ୍ୟମରେ ପୋଲିସ ଡିଜିଙ୍କୁ ଏକ ଦାବିପତ୍ର ଦେଇଛି ବିଜୁ ଛାତ୍ର ଜନତା ଦଳ। ନାରୀ ନିର୍ଯାତନା ରୋକିବା ସହ ନାରୀଙ୍କୁ ସୁରକ୍ଷା ଲାଗି ଦାବି କରିଛନ୍ତି ଛାତ୍ରଛାତ୍ରୀ ।ଭଦ୍ରକ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ବିଭିନ୍ନ କଲେଜର ଛାତ୍ର ସଂଗଠନ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରିବା ସହ ନିର୍ଯାତନା ବିରୋଧରେ ନାରାବାଜି କରିଥିଲେ । ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ଏଫ୍‌ଏମ୍‌ କଲେଜରେ ଛାତ୍ରୀ ଆତ୍ମାହୁତି, ବଳଙ୍ଗା ଘଟଣାକୁ ଉଦାହରଣ ଭାବେ ଆନ୍ଦୋଳନକାରୀମାନେ ଦର୍ଶାଇଛନ୍ତି । ତେଣୁ ରାଜ୍ୟରେ ସାଧାରଣ ଝିଅ କିମ୍ବା ନାରୀ ସୁରକ୍ଷିତ ନାହାନ୍ତି । ପୋଲିସ ଓ ସରକାର ମହିଳା ନିର୍ଯାତନା ରୋକିବାରେ ବିଫଳ ହୋଇଛି ବୋଲି ବିଜୁ ଛାତ୍ର ଜନତା ଦଳ ଅଭିଯୋଗ କରିଛି। ଏହି ସବୁ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଭଦ୍ରକ ଏସ୍‌ପିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *