ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସୋମ ନାଥ ମିଶ୍ରଙ୍କ ୨୧ତମ ଶ୍ରାଦ୍ଧବାର୍ଷିକ

ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସୋମ ନାଥ ମିଶ୍ରଙ୍କ ୨୧ତମ ଶ୍ରାଦ୍ଧବାର୍ଷିକ
ରଘୁନାଥପୁର ୮/୮:-ଜଗତସିଂହପୁର ଜିଲ୍ଲାର ତଥା ରଘୁନାଥପୁର ବ୍ଲକ ଅଧିନସ୍ଥ ସର୍ବ ପୁରାତନ ତରୀକୁନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସ୍ବର୍ଗତ ସୋମନାଥ ମିଶ୍ରଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଗୁରୁବାର ପୁରାତନ ଛାତ୍ର ସଂଘ ଆନୁକୂଲ୍ୟରେ ଗୁରୁ ଦକ୍ଷିଣା ସଭାଗୃହରେ ମହା ଆଡମ୍ବରରେ ପାଳନ କରାଯାଇଛି । ଏହି ସଭାରେ ବୀଚିତ୍ର।ନନ୍ଦ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ନିଦିଆ ବିହାରୀ ମହାନ୍ତି ,ମୂକ୍ଷ୍ୟ ବକ୍ତା ସାହିତ୍ୟିକ ହିମାଂଶୁ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଆଚାର୍ଯ୍ୟ , ଭାରପ୍ରାପ୍ତ ପ୍ରଧାନ ଶିକ୍ଷ୍ୟତ୍ରୀ ପ୍ରୀତିମଞ୍ଜରୀ ଭୂୟାଁ ଯୋଗଦେଇ ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ସ୍ବର୍ଗତ ମିଶ୍ରଙ୍କ ମାର୍ଗଦର୍ଶିକା ଉପରେ ବିସ୍ତୁତ ଆଲୋଚନା କରିଥିଲେ । ଏହି ଉତ୍ସବରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସଚିଦାନନ୍ଦା ଓ ଯୁଧିଷ୍ଠିର ଦାସ ମେଧା ସମ୍ମାନ ଓ ଅର୍ଥ ରାଶି ପ୍ରଦାନ କରାଯିବା ସହିତ ସ୍ବର୍ଗତ ପ୍ରଧାନ ଶିକ୍ଷ୍ୟକ ଜୀବନ ସମ୍ପର୍କରେ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅର୍ଥ ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ମାଗଣା ସ୍ବାସ୍ଥ୍ୟ ଓ ଚକ୍ଷୁ ଚିକିତ୍ସା ଶିବିର କରାଯାଇଥିଲା । ଏଥିରେ ୩୦୦ରୁ ଉର୍ଦ୍ଧ ରୋଗୀ ଚିକିତ୍ସା ହେବା ସହ ମାଗଣା ଔଷଧ ଦିଆଯାଇଥିଲା । ସେଥିମଧ୍ୟରୁ ୭ଜଣଙ୍କୁ ଚକ୍ଷୁ ରୋଗ ପାଇଁ ଅସ୍ତ୍ର ପ୍ରଚାର ନିମନ୍ତେ ରୋଟାରୀ ହସ୍ପିଟାଲକୁ ପଠାଯାଇଛି । ଏହି ଶିବିରକୁ ଡାକ୍ତର ଅବଦୁଲ ମୋହିତ ପରିଚାଳନା କରିଥିବାବେଳେ ଇ କିଶ୍ୱର ଚନ୍ଦ୍ର ସାହୁ, ଅକ୍ଷୟ ବେହେରା,ରମେଶ ସାହାଣୀ, ଆର୍ତ୍ତତ୍ର।ଣ ମଲ୍ଲିକ ଓ ବିଭୂଷଣ ମକଦମ ସହଯୋଗ କରିଥିଲେ । ଏହି ଉସଚରେ ଅବସରପ୍ରାପ୍ତ ଶିକ୍ଷ୍ୟକ ସୁକାନ୍ତ କୁମାର ମହାନ୍ତି,ଆଦିକନ୍ଦ ନାୟକ,ବସନ୍ତ କୁମାର ଦାଶ ,ବିରକିଶ୍ୱର ରାଉତରାୟ ପୁରାତନ ଛାତ୍ର ଡାକ୍ତର ଅକ୍ଷୟ ମିଶ୍ର, ପ୍ରାଣକୃଷ୍ଣ ସାହୂ ଇଲିଆସ ଖାଁ ପ୍ରମୁଖ ସହଯୋଗ କରିଥିବାବେଳେ ଶ୍ରୀବସ୍ଚ ଆଚାର୍ଯ୍ୟ ଓ ବିମୋଦ କୁମାର ଜେନା ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୂପେ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *