ନିଆରା ରାକ୍ଷୀ ପୂର୍ଣ୍ଣିମା ପାଳନ କଲା “ମୋ ପରିବାର” l
ଜଟଣୀ:୯:୮(ଶୁଭେନ୍ଦ୍ର ଶତପଥୀ)”ମୋ ପରିବାର” ସଦାସର୍ବଦା ନିଆରା କାର୍ଯ୍ୟକ୍ରମ କରିଆସୁଛି l ସେହିପରି ଶନିବାର ରାକ୍ଷୀ ପୂର୍ଣ୍ଣିମାକୁ ନିଆରା ରୂପେ ପାଳନ କରିଛନ୍ତି l “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ଶ୍ରୀହରି ବିହାର ସ୍ଥିତ ଆଶ୍ରମରୁ ଶୁଭାରମ୍ଭ ହୋଇଥିଲା l ମାଷ୍ଟର ଶୁଭମ ଶତପଥୀଙ୍କୁ “ମୋ ପରିବାର”ର ସଦସ୍ୟା ଭଉଣୀ ରାଣୀ ମହାରଣା,ସୁଜେନ ଖାନ, ଗୁଗୁଲି ପଣ୍ଡା,ଡୁଡୁଲୀ ସାବତ,ମାମାଲି ପଣ୍ଡା,କୁନି ସିଂହ,ଦିଶା ଶତପଥୀ ଏବଂ ଇଷା ଶତପଥୀ ଭଉଣୀ ମାନେ ରାକ୍ଷୀ ବାନ୍ଧି ଥିଲେ l ତା ପରେ ପ୍ରତିଷ୍ଠାତା ଶ୍ରୀ ଶତପଥୀଙ୍କ ଆଶ୍ରମକୁ”ମୋ ପରିବାର”ର ସଦସ୍ୟା ଭାରତୀ ସିଂହ,ଲକ୍ଷ୍ମୀ ପ୍ରିୟା ମିଶ୍ର ପ୍ରମୁଖ ଭଉଣୀ ମାନେ ଆସି

ପ୍ରତିଷ୍ଠାତାଙ୍କ ନିର୍ଦେଶ କ୍ରମେ “ମୋ ପରିବାର”ର ସମସ୍ତ ସଦସ୍ୟ ମାନଙ୍କ ଘରକୁ ଘର ବୁଲି ରାକ୍ଷୀ ବାନ୍ଧିବା ସହିତ ସଦାସର୍ବଦା ସୁସମ୍ପର୍କ ରକ୍ଷା କରିବା ଏବଂ ମିଳିମିଶି ସମାଜରେ ନିଜେ ସଂସ୍କାର ହେବା ସହିତ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି,ନିୟମ ଓ ଆଦର୍ଶକୁ ମାନି ସତ୍ୟ,ସମୟ,ସଂସ୍କାର, ସମସ୍ୟା ଏବଂ ସମାଧାନ ଅନୁସାରେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ବୋଲି “ମୋ ପରିବାର”ର ସଦସ୍ୟା ଜ୍ୟୋତ୍ସ୍ନା ରାଣୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି l
