ତାଳଚେର ଉପଖଣ୍ଡ କାରାଗାରରେ ରକ୍ଷା ବନ୍ଧନ କାର୍ଯକ୍ରମ

ତାଳଚେର ସ୍ୱତନ୍ତ୍ର ଉପକାରଗାର ରେ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟସ ଆସୋସିଏସନ୍ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ରକ୍ଷା ବନ୍ଧନ ଉତ୍ସବରେ ସ୍ୱତନ୍ତ୍ର ଉପକାରଗାରର ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ ! ଉପକାରାଗାରରେ ଥିବା ଅନ୍ତେବାସୀଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ପରସ୍ପର ମଧ୍ୟରେ ଭାଇଚାରା ଭାବ ସୃଷ୍ଟି କରିବା ସହ ସମାଜରେ ସୁନାଗରିକ ହୋଇ ସୁସ୍ଥ ସମାଜ ଗଠନରେ ହେବାକୁ ଆହ୍ବାନ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଭଲ ମଣିଷ ହେବାର ବାର୍ତା ଦିଆଯାଇଥିଲା ! ଶେଷରେ କାରାଗାରରେ ଥିବା ଅନ୍ତେବାସୀଙ୍କୁ କିଛି ସାବୁନ ବଣ୍ଟନ କରଯାଇଥିଲା ! ଏହି ଅବସରରେ ସଂଘର ସଭାପତି ମଦନ ମୋହନ ସାହୁ,ସାଧାରଣ ସମ୍ପାଦକ ସୌଭାଗ୍ୟ ନାୟକ,ଉପସଭାପତି ଅଜୟ କୁମାର ନାୟକ, ସାୟାଦ ଯୁଲ୍ଫିକର୍ ହୁସେନ୍,ରୁଦ୍ର ମୋହନ ଗଡ଼ନାୟକ,ବାପୁଜୀ ସାମଲ,ବାସୁଦେବ ପ୍ରଧାନ, ନରୋତ୍ତମସାହୁ ,ରାଉତରାୟ ନାୟକ,ଦେବାଶିଷ ପରିଡ଼ା,ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *