ତପସ୍ଵିନୀ କାବ୍ୟ ଡାକୁଛି

ତପସ୍ଵିନୀ କାବ୍ୟ ଡାକୁଛି ତୁମକୁ ଶୁଣ କବି ଗଙ୍ଗାଧର
ସତୀ ସୀତା ଙ୍କ ର‌ ଚରିତ୍ର ବର୍ଣ୍ଣନା
ଅଟେ ଯେ ଉଚ୍ଚ କୋଟୀର

ଶୁଣ କବି ଗଙ୍ଗାଧର।।
ପ୍ରଣୟ ବଲ୍ଲରୀ,କିଚକ ବଦ୍ଧ ଯେ
ଅଟଇ ସୃଜନ ଶକ୍ତି
ଆର ପୁରେ ଥାଇ କବି ଗଙ୍ଗାଧର
ପାଆନ୍ତି ଅତ୍ୟନ୍ତ ଶାନ୍ତି
ଅଟଇ ସୃଜନ ଶକ୍ତି।।
ଚୈତନ୍ୟ ମେହେର ଥିଲେ
ତୁମ ପିତା ଆୟୁର୍ବେଦ ଚିକିତ୍ସକ
ତଥାପି ଅଧ୍ୟୟନ ଅସୁବିଧା
ଭାବିଲେ ଲାଗିବ ଦୁଃଖ
ଆୟୁର୍ବେଦ ଚିକିତ୍ସକ।।
ଅଠର ଶହ ବାଷଠି ମସିହା
ଅଗଷ୍ଟ ନଅ ତାରିଖ
ବରପାଲି ଗ୍ରାମେ ଜନମ ହୋଇଲେ
ଗ୍ରାମ ର ରଖିଲ ଟେକ
ଅଗଷ୍ଟ ନଅ ତାରିଖ।।
ଥିଲା ଯେ ସେଦିନ ଶ୍ରାବଣ ପୂର୍ଣ୍ଣିମା
ପବିତ୍ର ରକ୍ଷା ବନ୍ଧନ
ରକ୍ଷା ବନ୍ଧନ ରେ ଜନମ ଲଭିଲ
ହୋଇ ହରଷିତ ମନ
ପବିତ୍ର ରକ୍ଷା ବନ୍ଧନ।।
ଏପ୍ରିଲ ମାସର ଚାରି ତାରିଖ ଯେ
ବର୍ଷ ଉଣିଷ ଶହ ଚବିଶି
ଇହ ଧାମ ତୁମେ ଲଭିଲେ ହେ କବି
ଶୋକାତୁର ଗ୍ରାମ ବାସୀ ବର୍ଷ ଉଣିଷ ଚବିଶି।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ (ରାଷ୍ଟ୍ରପତି) ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *