ଏକ ବିଶାଳ ତ୍ରିରଙ୍ଗା ସାଇକେଲ ଶୋଭାଯାତ୍ରା
ସରକାରୀ ଉଚ୍ଚ ବିଦ୍ୟାଳୟ, ଯୋରନ୍ଦାର ଏନସିସି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଯାଇଅଛି ଏକ ବିଶାଳ ତ୍ରିରଙ୍ଗା ସାଇକେଲ ଶୋଭାଯାତ୍ରା । ବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ମାନଙ୍କର ନେତୃତ୍ବରେ ସ୍କାଉଟ, ଗାଇଡ, ଜେ ଆର ସି ୟୁକୋ କ୍ଳବର ଛାତ୍ର ଛାତ୍ରୀ ମାନେ ତେରମାଇଲି ଛକ ନିକଟରେ ଏକତ୍ରିତ ହୋଇ କାଙ୍କଲୁଣ୍ଡା, ଡିହସାହି, ଜାମୁସରା, ନାଟିମା, ତାରିଣୀ ଛକ, ପଞ୍ଚାୟତ କାର୍ଯ୍ୟାଳୟ , ଯୋରନ୍ଦା ଓ ଗାଦି ମନ୍ଦିର ପରିଭ୍ରମଣ କରି ବିଦ୍ୟାଳୟକୁ ଫେରିଥିଲେ । ଜନଗହଳି ସ୍ଥାନ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କର ଭରତ ମାତାକି ଜୟ , ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ସ୍ଲୋଗାନରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା । ବିଦ୍ୟାଳୟର ଏନସିସି ଶିକ୍ଷକ ଉତ୍ତମ କୁମାର ସାମନ୍ତ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଗଜେନ୍ଦ୍ର ମଲିକ, ସୁଭସ୍ମିତା ସ୍ୱାଇଁ ଓ ମଞ୍ଜୁବାଳା ବେହେରା ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ତନୁଶ୍ରି ମିଶ୍ର ଓ ୧୨ ଓଡ଼ିଶା ଏନସିସି ବାଟାଲିୟନ, ଢ଼େଙ୍କାନାଳର କମାଣ୍ଡିଂ ଅଫିସର ଲେଫନାଣ୍ଟ କର୍ଣ୍ଣେଲ ମାନସ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟପାଇଁ ଭୂରୀୟସି ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହିଭଳି ଦେଶ ପ୍ରେମ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ କରିଥିଲେ ।
