ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ସମ୍ବର୍ଦ୍ଧନା।
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରାକ୍ତନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋଜ ମଞ୍ଜରୀ ଲେଙ୍କା ଅବସର ଗ୍ରହଣ ପରେ ସରକାରୀ ଉଚ୍ଚ ବିଦ୍ୟାଳୟ ଯୋରନ୍ଦା ର ପୁରାତନ ଛାତ୍ର ସଂସଦ ର ସଭାପତି ଭାବେ କାର୍ଯ୍ୟ କରି ଜନ ମାନସରେ ଜଣେ ଆଦର୍ଶ ବରିଷ୍ଠ ଶିକ୍ଷାବିତ୍ ଭାବେ ପରିଚିତ ହୋଇଛନ୍ତି। ସରକାରୀ ସେବା ସମୟରେ ଯୋରନ୍ଦା ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଯୋରନ୍ଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନେକ କୃତି ଛାତ୍ର ଛାତ୍ରୀ ତିଆରି କରି ସମଗ୍ର ଓଡ଼ିଶାରେ ଉଦାହରଣ ସାଜିଛନ୍ତି। ତାଙ୍କ ତ୍ୟାଗ ପୂତ ସେବାକୁ ପାଥେୟ କରି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ତାଙ୍କ ଯାମୁଶରା ( ନାଟିମା) ବାସଭବନରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଅବଶିଷ୍ଟ ସମୟ ଶିକ୍ଷା ପାଇଁ କାର୍ଯ୍ୟ କରିବା ପାଇଁ ମଧ୍ୟ ପ୍ରକାଶ କରିଛନ୍ତି।
