ଅମଲା ଛୁଟିରେ ପ୍ରଶାସନ ଅଚଳ।
ରଘୁନାଥପୁର ତା ୧୨/୮:-ରାଜ୍ୟରେ ରାଜସ୍ଵ ଅମଲାମାନଙ୍କ ୧୦ଦଫା ଦାବିକୁ ନେଇ ଦିର୍ଘଦିନହେବ ସରକାର ଙ୍କ ସହ ଆଲୋଚନା ବିଫଳ ହେବାପରେ ସଂଙ୍ଘ ଡାକରାରେ ଅଗଷ୍ଟ୧୧ରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓଲ୍ଲାଇବା ସହ ସମୂହଁ ରାଜସ୍ଵଅମଲା ଛୁଟିରେ ଯାଇଛନ୍ତି।ଏହାକୁ ନେଇ ସେମାନେ ନିଜନିଜ ଅଧିକାରୀ ଙ୍କୁ ଛୁଟିଦରଖାସ୍ତ ପ୍ରଦାନ କରିଥିଲେ।ଯେତେଦିନଯାଏ ସରକାର ସେମାନଙ୍କ ଦାବି ପୁରଣ ନକରି ଛନ୍ତି ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ। ଯଦି ସାରଣଲୋ କିଛି ଅସୁବିଧାରେ ପଡନ୍ତି ସେଥିପାଇଁ ସରକାର ଦାୟୀ ରହିବେବୋଲି ଚେତାବନୀ ଦେଇଛନ୍ତି।ଏହି ପରିପେକ୍ଷୀରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଓ ତହସିଲ,କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ଛୁଟିରେ ରହିଥିବାରୁ ଏଠାରେ ସମସ୍ତ କାର୍ଯ୍ୟ ଠପହୋଇପଡିଛି।ଲୋକମାନେ ବିଭିନ୍ନ କାର୍ଯ୍ୟନେଇ କାର୍ଯ୍ୟାଳୟ କୁ ଆସି ହଟହଟା ହୋଇ ଫେରୁଥିବା ର ଦେଖିବା କୁ ମିଳିଛି।ତେବେ ସରକାର ଲୋକମାନଙ୍କ ହଟହଟା ପାଇଁ ତୁରନ୍ତ ଅମଲା ମାନଙ୍କ ସମସ୍ୟା ର ସମାଧାନ କରିବାପାଇଁ ଅଞ୍ଚଳ ପକ୍ଷରୁ ଦାବୀହେଉଛି।
