ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରେ ରାଇକିଆ ଭାଜପା ପକ୍ଷରୁ ବ୍ଲକ ପ୍ରଶାସନ ର ସହଯୋଗ ରେ ଆଜି ହର ଘର ତ୍ରିରଙ୍ଗା ରାଲି ଆୟୋଜନ ହୋଇଥିବା ର ଦେଖିବାକୁ ମିଳିଥିଲା।ସ୍ଥାନୀୟ ଜୀବନ ଜ୍ୟୋତି ମହାବିଦ୍ୟାଳୟ, ସୁଧାକିରଣ ମହାବିଦ୍ୟାଳୟ ର ଶହ ଶହ ଛାତ୍ରଛାତ୍ରୀ ଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ ଭାଜପା କର୍ମୀ ଓ ଜନସାଧାରଣ ଉତ୍ସାହ ଓ ଉଦ୍ଦୀପନା ର ସହିତ ଜାତୀୟ ପତାକା ହାତ ରେ ଧରି ଏବଂ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ମାଳାଞ୍ଚଳ ଛାତ୍ରଵାସ ଠାରୁ ଆରମ୍ଭ ହୋଇ ସହରର ମୁଖ୍ୟ ରାସ୍ତା ଅତିକ୍ରମ କରି ବେରେଡାକିଆ ଠାରେ ସମାପ୍ତ ହୋଇଥିଲା.।ଆଜିର ଏହି କାର୍ଯ୍ୟକ୍ରମ ରେ
ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ରାମବିଶି ଦିଗlଳ, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ରାଇକିଆ ମଣ୍ଡଳ ସଭାପତି ସନ୍ତୋଷ ପାତ୍ର, ଝୁଲିମା ଦଳବେହେରା, ଗଦାଧର ସାହୁ, କୈଳାଶ ପଣ୍ଡା, ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
