ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର
ପୁରୀ-୨୫/୦୬- ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର । ସାନଝିଅ ଉଦିତା ପରିଡା ମୁଖାଗ୍ନି ଦେଇଥିଲେ । ଶୁକ୍ରବାର ରାତିରେ ଭୁବେନେଶ୍ୱରରୁ ତାଙ୍କ ପାର୍ଥିବ ଶରୀର ସ୍ୱର୍ଗଦ୍ୱାରରେ ପହଂଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସ୍ୱର୍ଗଦ୍ୱାରରେ ରାଇମୋହନଙ୍କ କିଛି ଦର୍ଶକ ଓ ପ୍ରଶଂସକ ତାଙ୍କ କଳାପ୍ରେମୀଙ୍କ ଶେଷ ଦର୍ଶନ ପାଇଁ ସମବେତ ହୋଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପୁରୀର କୌଣସି ନାଟ୍ୟ ଅନୁଷ୍ଠାନର କଳାକାରମାନେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଉପସ୍ଥିତ ନ ଥିବା ଦେଖିବାକୁ ମିଳିଥିଲା । ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ରାଇମୋହନଙ୍କ ମୃତଦେହ ତାଙ୍କ ଭୁବେନେଶ୍ୱର ସ୍ଥିତ ବାସଭବନରୁ ମିଳିବା ପରେ ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରାଜଗତ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା।
