୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ଥାନୀୟ ସଦଭାବନା ସଭାଗୃହରେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୁରୀ ସାହିତ୍ୟ ଉତ୍ସବ
୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ଥାନୀୟ ସଦଭାବନା ସଭାଗୃହରେ ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୁରୀ ସାହିତ୍ୟ ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ଆସର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଉପସ୍ଥିତ ଲେଖକମାନଙ୍କୁ ଦେଶ ହିତ ପାଇଁ ଲେଖନୀ ଚାଳନା ପାଇଁ ଆହ୍ୱାନ ଦେଇଥିଲେ। ପୁରୀ ସାହିତ୍ୟ ଉତ୍ସବ ସମିତିର ସଂଯୋଜକ ସଦାଶିବ ମିଶ୍ର ଏବଂ ବିପିନ ବିହାରୀ ଦଳାଇ ମଞ୍ଚାସୀନ ଥାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଏବଂ ସର୍ବାଣୀ ଦାସଙ୍କ ସଂଯୋଜନାରେ ବିଶାଖା ଦେବୀ, ସୁନନ୍ଦା ମହାନ୍ତି, ସୁରେଶ କୁମାର ପଟ୍ଟନାୟକ, ପ୍ରଭାତ ଚନ୍ଦ୍ର ରଥ, ଯୋଗେଶ୍ଵର ପ୍ରହରାଜ, ଚନ୍ଦ୍ରଶେଖର ମହାରାଣା,

ସୁବାସ ଚନ୍ଦ୍ର ମିଶ୍ର, ସାରଙ୍ଗଧର ଷଡ଼ଙ୍ଗୀ, ଅଭିମନ୍ୟୁ ରାୟଗୁରୁ, ଯୋଗେନ୍ଦ୍ର ନାଥ ସାହୁ, ଅରୁଣିମା ନନ୍ଦ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ରାଧାକୃଷ୍ଣ ପ୍ରଧାନୀ, ତ୍ରିନାଥ ଦାଶ, ସୁଶ୍ରୀ ହରପ୍ରିୟା ସାହୁ, ଓଁ ପ୍ରସାଦ ମହାନ୍ତି, ଅଜୟ କୁମାର ପଣ୍ଡା, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ମହେଶ୍ୱର ଜେନା, ସୁଶାନ୍ତ କୁମାର ଦାସ, ବିଜୟଲକ୍ଷ୍ମୀ ମିଶ୍ର, ଡକ୍ଟର ରୂପଶ୍ରୀ ମିଶ୍ର, ପ୍ରବାସିନୀ ମିଶ୍ର, ସୁରେନ୍ଦ୍ର ନାଥ ଗୁରୁ, ମିନତୀ ମିଶ୍ର, ଡକ୍ଟର ସସ୍ମିତା ମିଶ୍ର, ରୂପକଳ୍ପ ମିଶ୍ର, ଆଲୋକ ପ୍ରଧାନ, ପ୍ରୀତିଶା ମହାପାତ୍ର, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ପ୍ରବାସିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
