ଆମେ ସବୁ ଭାରତୀୟ

ଆମେ ସବୁ ଭାରତୀୟ


ସ୍ବାଧୀନ‌ ଭାରତର ସନ୍ତାନ ଆମେ
ଭାରତ ଆମରି ମାଆ
ଶାନ୍ତି ମୈତ୍ରୀ ର ବାରତା ଦେଉଛି
ରଖିବା ତାହାରି ନାଆଁ
ଭାରତ ଆମରି ମାଆ।।
ହିମାଳୟ ଯାହାର ମସ୍ତକେ ଶୋଭିତ
ଗଙ୍ଗା ଯାହାର ଶରୀରେ ବିଦିତ
ସେହି ମୋ ଜନ୍ମ ଭୂମି
ଶପଥ କରୁଛି ଆଜି ର ଦିନରେ
ରଖିବି ସମ୍ମାନ ଦାମି
ସେହି ମୋ ଜନ୍ମ ଭୂମି।
ପୂରୁବ, ପଶ୍ଚିମ , ଦକ୍ଷିଣ ଦିଗରେ ସାଗର ଧୁଅଇ ପାଦ
ମୋ ଜନମ ଭୂମି ମୋ କରମ ଭୂମି
ପାଇଛି ବହୁ ସମ୍ପଦ
ସାଗର ଧୁଅଇ ପାଦ।।
ଅଣାଅଶୀ ତମ ସ୍ବାଧିନ ଦିବସ
ତ୍ରିରଙ୍ଗା ପତାକା ଧରି
ଭେଦ ଭାଦ କାହାରି ପାଖରେ
ଡଙ୍ଗା ରେ ଆମେ ନାଉରୀ
ତ୍ରିରଙ୍ଗା ପତାକା ଧରି।।
(ପ୍ରକୃତି ବନ୍ଧୁ ହରିହର ସାହୁ)
ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍

Leave a Reply

Your email address will not be published. Required fields are marked *