୭୯ ତମ ସ୍ୱାଧୀନତା ଦିବସ
ଆଜି ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ କେଦାରପୁର ଗ୍ରାମପଞ୍ଚାୟତ ବିଜେପି ତରଫରୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପୂର୍ବତନ ମଣ୍ଡଳ ସଭାପତି ତଥା ବରିଷ୍ଠ ବିଜେପି ନେତା ନାରାୟଣ ସେନାପତି।
ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକ କ୍ୟାପଟେନ ତଥା କେଦାରପୁର ଗ୍ରାମ ପଞ୍ଚାୟତର ଯୁବକ ମାନଙ୍କର ଆଦର୍ଶ କାନ୍ହୁ ଚରଣ ସେନାପତି,ପଞ୍ଚାୟତ ସଭାପତି ଗୌରାଙ୍ଗ ଜେନା,ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦୀପ ଘଡ଼ାଇ,ପୂର୍ବତନ ପଞ୍ଚାୟତ ସଭାପତି ଅଭିମନ୍ୟୁ ଜେନା, ନାରୀନେତ୍ରୀ ସରସ୍ବତୀ ସେନାପତି, ସୋସିଆଲ ମିଡ଼ିଆ ସଂଯୋଜକ ରାଜେନ୍ଦ୍ର କୁମାର ଘଡ଼ାଇ,ଯୁବ ନେତା ମାନସ ରଞ୍ଜନ ମହଲ ଓ ଅନ୍ୟାନ୍ୟ ବରିଷ୍ଠ ନେତୃମଣ୍ଡଳୀ ସହିତ ଉପସ୍ଥିତ ଥିଲେ।
