ଜୟ ଶ୍ରୀ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ
ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଚକ୍ରତୀର୍ଥ ଶାଖା ପୁରୀ ରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ୧୫ତାରିଖ ଶୁକ୍ରବlର ସଂଧ୍ୟା ୬ ଘଣ୍ଟା ୩୦ମିନିଟ ସମୟରେ ଶ୍ରୀ ବିହାର ରୋଡ ସ୍ଥିତ ମା ହର ଚଣ୍ଡୀ ମନ୍ଦିର ରେ ଆୟୋଜନ କରାଯାଇଥିଲା l ଏହି ସତସଙ୍ଗ ରେ ଚକ୍ରତୀର୍ଥ ଶାଖା ର ସମସ୍ତ ସଭ୍ୟ ଯୋଗଦେଇଥିଲେ l ଉକ୍ତ କାର୍ଯକ୍ରମ ରେ ଏକ ହଜାର ବିଷ୍ଣୁ ସହସ୍ର ନାମ ରେ ଅର୍ଚ୍ଚନ କରାଯାଇଥିଲା l ଶ୍ରୀ ନାଥ ପଟ୍ଟନାୟକ ଏହାର କର୍ତ୍ତା ଭାବରେ ସମସ୍ତ କାର୍ଯ୍ୟ କୁ ତୁଲାଇ ଥିଲେ l ରାଧା କାନ୍ତ ଶତପଥୀ ଭାଇନା ପୌରୋହତ କରିଥିଲେ l ଶିକ୍ଷୟତ୍ରୀ ମା ପ୍ରଭାସିନୀ ମିଶ୍ର ଓ ସ୍ଵର୍ଣ୍ଣ ଲତା ସାହୁ ଗୋପ ଲୀଳା ର କୃଷ୍ଣ ଜନ୍ମ ପାଠ କରିଥିଲେ l ଅଧ୍ୟାପିକା ରାଜଶ୍ରୀ ଦଳାଇ କୃଷ୍ଣ ଜନ୍ମ ଲୀଳା ସମ୍ବନ୍ଧରେ ଆଲୋଚନା କରିଥିଲେ l କୃଷ୍ଣ ସମସ୍ତ ଆକର୍ଷଣର ପ୍ରତୀକ ଏବଂ ସମସ୍ତ ମାନବ ସମାଜ କୃଷ୍ଣ ଙ୍କ ସମସ୍ତ ଗୁଣକୁ ଧାରଣ କରି ଶିଖିବା ଉଚିତ୍ l ଏହା ହେଲେ ସମଗ୍ର ଜଗତରେ ସତ୍ୟ, ଧର୍ମ ଓ ନ୍ୟାୟ ପ୍ରତିଷ୍ଠା ହୋଇପାରିବ ଓ ପ୍ରଭୁ କୃଷ୍ଣ ଙ୍କ ଅବତାର ଧାରଣ ସାର୍ଥକ ହେବ, ତାଙ୍କ ବକ୍ତବ୍ୟରେ କହିଥିଲେ l ଭାଗ୍ୟଶ୍ରୀ ପ୍ରଧାନ, ଭଗ୍ୟଲକ୍ଷ୍ମୀ ସ୍ୱାଇଁ କୃଷ୍ଣ ଙ୍କ ସଜା ସଜି କାର୍ଯ୍ୟ ସୁନ୍ଦର ଭାବରେ କରିଥିଲେ l ଏହି କାର୍ଯ୍ୟକ୍ରମରେ ଚାରଣ ଶାଖାର ଲକ୍ଷ୍ମୀଧର ପ୍ରଧାନ, ରବୀନ୍ଦ୍ର କୁମାର ପ୍ରଧାନ, ବ୍ରହ୍ମନନ୍ଦ ସ୍ୱାଇଁ, ରିକି ଭାଇ, ବିପିନି ବିହାରୀ ଦଳାଇ ଭାଇ, ବିଭୁ ପ୍ରସାଦ ଲେଙ୍କା, ବିଶ୍ବରଂଜନ ସ୍ୱାଇଁ ଭାଇ, ବଟକୃଷ୍ଣ ସାହୁ ଭାଇ, ସୁଦିପ୍ତ କୁମାର ସାହୁ, ବରିଷ୍ଠ ଭାଇ ଫକୀର ଗୋଚ୍ଛାୟତ ପ୍ରମୁଖ ଓ ସମସ୍ତ ମା ଓ ଭାଇ ମାନେ ସହଯୋଗ କରି କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିଲେ l ଜୟ ଶ୍ରୀ ଜଗନ୍ନାଥ
