ଏନଏସି ହାଇସ୍କୁଲ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏନଏସି ହାଇସ୍କୁଲ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, ୧୬/୮: ଅଧାରୁ ପାଠ ଛାଡ଼ିଥିବା,ଆଦୌ ନାମ ଲେଖାଇ ନଥିବା ତଥା ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ‘ଆସ ସ୍କୁଲ ଯିବା’ କାର୍ଯ୍ୟକ୍ରମ ଏନଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ହୋଇ ଏକ ସଚେତନ ଶୋଭାଯାତ୍ରାରେ ବାହାରି ରାମେଶ୍ୱର ସାହି, ମଙ୍ଗଳା ସାହି, ଆଖଣ୍ଡଳମଣି ସାହି ଆଦି ପରିକ୍ରମା କରିବା ସହିତ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଆଦୌ ବିଦ୍ୟାଳୟ ଆସୁନଥିବା ପିଲାମାନଙ୍କୁ ବିଦ୍ୟାଳୟ ଆସିବା ପାଇଁ ସ୍ଲୋଗାନ ଦେବା ସହିତ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ।

ଏହା ପରେ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟି ଓ ଉନ୍ନୟନ କମିଟି ସଦସ୍ୟ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସଭା ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ ପାଇଁ ସମସ୍ତ ପିଲାମାନେ ଯେପରି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତି ଏହା ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଅନ୍ୟ ପକ୍ଷରେ ୬ ରୁ ୧୮ ବର୍ଷ ବୟସର ସମସ୍ତ ପିଲାମାନେ ଯେପରି ସ୍କୁଲ ଆସିବେ ତଥା` ଅଧାରୁ କେହି ଯେପରି ପାଠ ନଛାଡ଼ନ୍ତି ଏହା ଉପରେ ଅଭିଭାବକ ମାନଙ୍କୁ ବୁଝା ଯାଇଥିଲା। ଉଭୟ ସଚେତନତା ଶୋଭା ଯାତ୍ରା ଏବଂ ସ୍ୱତନ୍ତ୍ର ଅଭିଭାବକ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ, ଉମାକାନ୍ତ ମିଶ୍ର, ଜ୍ୟୋତିର୍ମୟୀ ରଥ, ସୁଚିତ୍ରା ଦେବୀ,ଲକ୍ଷ୍ମୀଧର ସାହୁ, ରୋଜାଲିନ ମିଶ୍ର,କାଦମ୍ବିନୀ କରଣ, ଭବାନୀ କୁମାରୀ ଆଚାର୍ଯ୍ୟ, ସୌଦାମିନୀ ପ୍ରଧାନ,ସ୍ଵାଗତିକା ଦଳେଇ,ଅଶୋକ ମିଶ୍ର, ଚିତ୍ତରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇ ଥିଲେ।

Leave a Reply

Your email address will not be published. Required fields are marked *