ବିଭାଜନ ବିଭୀଷିକା ସ୍ମୃତି ଦିବସକୁ ନେଇ ଆଲୋଚନା ଚକ୍ର ଓ ତ୍ରିରଙ୍ଗା ଯାତ୍ରା

କୋଣାର୍କ- କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷ ଠାରେ ପୁରୀ ଜିଲ୍ଲା ଭାଜପା ପକ୍ଷରୁ ଗୁରୁବାର ଅପରାହ୍ନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାଜପା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ଭାଜପା ପୁରୀ ଜିଲ୍ଲା ସଭାପତି ଡଃ ଦେବେନ୍ଦ୍ର ତରାଇ, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର, କାକଟପୁର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରାଜଲକ୍ଷ୍ମୀ ଦାସ, ଜିଲ୍ଲା ଉପ ସଭାପତି ରତିକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅଖଣ୍ଡ ଭାରତ ସ୍ଵାଧୀନତା ସମୟରେ ଦୁଇ ଭାଗରେ ବିଭାଜନ ହେବା ବେଳେ ଯାହା ସବୁ ଘଟଣା ଘଟିଥିଲା ତାହା ଆଗମୀ ପୀଢ଼ିକୁ ଜଣାଇବା ପାଇଁ ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ।

ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ରଞ୍ଜିତ ରାଉତରାୟ ସଂଯୋଜନା କରିଥିବା ବେଳେ କୋଣାର୍କ ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁ, ମଙ୍ଗରାଜ ମୁଦୁଲି, ରଶ୍ମି ରଂଜନ ବିଶ୍ବାଳ, ମନୋଜ ଭାରତୀ,ସୁକାନ୍ତି ନାୟକ, ରଶ୍ମି ଗୋଚ୍ଛାୟତ,ସୁନାକର ମୁଦୁଲି ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଲଳିତ କୁମାର ରଥ ପ୍ରମୁଖ ସହଯୋଗ କରିଥିଲେ। ପରେ ପରେ ସମସ୍ତ କର୍ମଚାରୀଙ୍କୁ ନେଇ କୋଣାର୍କ ସହରରେ ହର ଘର୍ ତ୍ରିରଙ୍ଗା ପତାକା ଯାତ୍ରା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *