ମୋ ଭାଷା
ମୋ ଭାଷା-
ପ୍ରକୃତି ବନ୍ଧୁ ହରିହର ସାହୁ
ଭାବ ର ଆଦାନ ପ୍ରଦାନ କରିବା ମାଧ୍ୟମ ହେଉଛି ଭାଷା
ମାଆ ର ମୁଖରୁ ନିସୃତ ମାଧ୍ୟମ ମୋର ଯେ ମାତୃଭାଷା।।
ସମାଜ ମଧ୍ୟରେ ଚଳିବାକୁ ହେଲେ
ମାତୃଭାଷା ପ୍ରତି ଧ୍ୟାନ
ଓଡ଼ିଆ ବୋଲି ମୁଁ ଗର୍ବିତ ଆଜି ଯେ
ଏହା ମୋ ଜୀବନ ମାନ।।
ଏହି ଭାଷା ମୋର ଜିବନ ନାଟିକା
ପଥ ଦିଅଇ ବତାଇ
ସେ ପଥରେ ମୁଁ ନାବିକ ଅଟଇ
ମାତୃଭାଷା ଟେକ ପାଇଁ।।
ଓଡ଼ିଆ ଭାଷା ଟି କେତେ ଯେ ମଧୁର
କହି ପାରିଲେ ସୁନ୍ଦର
ପ୍ରିୟ ଭାଷା ମୋର ଓଡ଼ିଆ ଅଟଇ
ଆମ ଓଡ଼ିଶାବାସୀ ର।।
ଅଧି ସ୍ନାତକ ମୁଁ ଓଡ଼ିଆ ଭାଷାରେ
ସ୍ବତନ୍ତ୍ର ପତ୍ର ଯେ ଜାଣ
ପଞ୍ଚ ସଖା ସଙ୍ଗେ ସାରଳା ସାହିତ୍ୟ
ଜ୍ଞାନ କୁ ବଢାଏ ପୁଣ ।।
ଉତ୍କଳ ମୋହର ବିଶ୍ଵ ବିଦ୍ୟାଳୟ
ବାଣୀବିହାର ନାମରେ
ଭୁବନେଶ୍ୱର ରେ ସ୍ଥାନ ପାଇଛି
ସହୀଦ ନଗର ଠାରେ।।
ଓଡ଼ିଆ ଭାଷା କୁ ସନମାନ ଦିଅ
ଓଡ଼ିଆ ମୋ ମାତୃଭାଷା
ଓଡ଼ିଆ ଅସ୍ମିତା ଓଡ଼ିଆ ର ଭାବ
ବଢାଏ ମୋ ମାତୃଭାଷା।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
