ସରିଲା ଅଧାରୁ ପାଠଛାଡ଼ି ଦେଇଥିବା ସୋନାଲି ନାଏକଙ୍କ ନାମଲେଖା

ସରିଲା ଅଧାରୁ ପାଠଛାଡ଼ି ଦେଇଥିବା ସୋନାଲି ନାଏକଙ୍କ ନାମଲେଖା

*** ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ସହାୟତାରେ ସୋନାଲିଙ୍କ ହେଲା ନାମଲେଖା

ଦଶପଲ୍ଲା : ଗତ କିଛିଦିନ ତଳେ ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ବିଡ଼ାପାଜୁ ଗ୍ରାମର ପ୍ରହଲ୍ଲାଦ ନାଏକଙ୍କ ସ୍ତ୍ରୀ ସବିତା ନାଏକ ଦୀର୍ଘଦିନ ଧରି କୀଡୀନି ରୋଗରେ ଆକ୍ରାନ୍ତ ଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଦଶପଲ୍ଲା ବ୍ଲକ ଟାକରା ଅଂଚଳରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ସମ୍ପାଦକ ନିହାର ରଞ୍ଜନ ମହାନ୍ତି,ସଭ୍ୟ ଚନ୍ଦନେଶ୍ୱର ଦାସ, ଚନ୍ଦ୍ର ଶେଖର ନାଏକ, ନାରାୟଣ ସାହୁ, ବିଦ୍ୟାଧର ମୁଦୁଲି ସବିତାଙ୍କ ଘରେ ପହଞ୍ଚିଥିଲେ। ସବିତାଙ୍କ ପରିବାରର କହିବାନୁଯାଇ ତାଙ୍କୁ କିଛି ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା କରିବା ସହ ଆର୍ଥିକସଙ୍କଟ ଯୋଗୁଁ ସବିତା ଙ୍କ ଝିଅ ସୋନାଲି ନାଏକ ୫ମ ଶ୍ରେଣୀରୁ ପାଠପଢ଼ାରେ ଡୋରୀ ବାନ୍ଧିଦେଇଥିବା ଜାଣିପାରି ସୋନାଲି ଙ୍କୁ ଆଉ ଥରେ ସ୍କୁଲ ଯିବା ପାଇଁ ବୁଝାଇବା ସହ ତାର ନାମ ଲେଖାପାଇଁ ସମସ୍ତ ବ୍ୟବସ୍ଥା ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କରାଯିବ ବୋଲି କହିଥିଲେ ସମ୍ପାଦକ ନିହାର ରଞ୍ଜନ ମହାନ୍ତି ଓ ପରାମର୍ଶଦାତା କମିଟି ସଭ୍ୟ ରତ୍ନାକର ହୋତା। ପରେ ଦଶପଲ୍ଲା ବିଇଓ ଭକ୍ତି ବିନୋଦ ସଲ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସହିତ ସୋନାଲି ଙ୍କ ନାମଲେଖା ସମ୍ପର୍କରେ ଆଲୋଚନା କରି ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ବୁଗୁଡ଼ା ସ୍ଥିତ ଆଶ୍ରମ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ନମିତା ସ୍ୱାଇଁଙ୍କ ସହିତ ସାକ୍ଷାତ କରି ସବିତାଙ୍କ ପରିବାରର ସ୍ଥିତି ସମ୍ପର୍କରେ ଆଲୋଚନା କରି ସୋନାଲିଙ୍କ ନାମ ଲେଖାଇବାକୁ ଅନୁରୋଧ କରିଥିଲେ।ଏବଂ ପରିଶେଷରେ ସବିତାଙ୍କ ଅଧାରୁ ପାଠଛାଡ଼ିଥିବା ଝିଅର ନାମ ବୁଗୁଡ଼ା କନ୍ୟାଶ୍ରମରେ ଷଷ୍ଠ ଶ୍ରେଣୀରେ ଲେଖାଯାଇଛି।ପୂର୍ବରୁ ମଧ୍ୟ ସ୍ଥାନୀୟ ଅଂଚଳରେ ବହୁ ଜନମଙ୍ଗଳକାରୀ କାର୍ଯ୍ୟକରି ଉତ୍ସର୍ଗ ଫାଉଣ୍ଡେସନ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଏ କଥା ଶୁଣି ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଡେପୁଟି ମେୟର ମଞ୍ଜୁଲତା କହଁର ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟକୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *