କାଦୁଆ ରାସ୍ତାରେ ସ୍କୁଲ ଯିବାକୁ ଛାତ୍ରୀଛାତ୍ର ଅମଙ୍ଗ

କାଦୁଆ ରାସ୍ତାରେ ସ୍କୁଲ ଯିବାକୁ ଛାତ୍ରୀଛାତ୍ର ଅମଙ୍ଗ।କଂକ୍ରିଟ କରିବାକୁ ଦାବୀ।ବଡକୋରକର ପ୍ରାଥମିକ ବିଦ୍ୟାଳୟ।
ରଘୁନାଥପୁର:-୨୩/୮()ଦୀର୍ଘ ୬୭ ବର୍ଷ ପରେ ମଧ୍ୟ ବିଦ୍ୟାଳୟକୁ ଜିବା ପାଇଁ ପକ୍କାରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ।ପାଣିକାଦୁଅ ରାସ୍ତାରେ ହାତରେ ଚପଲ ଧରି ସ୍କୁଲ ଯିବାକୁ ଅମଙ୍ଗ ହେଉଛନ୍ତି ଛାତ୍ରୀଛାତ୍ର।ଏହାଛଡା ଏଠାରେ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ରକୁ ଅବିଭାବକମାନେ ନିଜ ପିଲାଙ୍କୁ କାନ୍ଧରେ ବସାଇ ଆଣିବା ଏକ ନିତିଦିନିଆ ଘଟଣା ହୋଇଛି।ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ ଅଢେଇକୂଳ ପଞ୍ଚାୟତ ବଡକୋରକର ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟ କରୁଥିବାବେଳେ ପିଲାଙ୍କ ସ୍କୁଲ ଯାତାୟାତ ପାଇଁ ଥିବା ରାସ୍ତା ପ୍ରତି ଆଖିବୁଜି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ରାସ୍ତା ଉପରେ ଅନୁସୂଚିତ ସାହି, ବାରିକ ସାହି ଓ ବହୁ ବ୍ରାହ୍ମଣ ପରିବାର ନିର୍ଭରଶୀଳ ଅଟନ୍ତି।ଦୀର୍ଘଦିନ ଧରି ଏହି ରାସ୍ତାକୁ କଂକ୍ରିଟ ରାସ୍ତାରେ ପରିଣତ କରିବା ପାଇଁ ଦାବୀ ହୋଇଆସୁଥିଲେ ସୁଧା କୌଣସି ସୁଫଳ ମିଳୁନାହିଁ।ସ୍ଥାନୀୟ ସରପଞ୍ଚ ରୀନା ସ୍ବାଇଁ,ସମିତି ସଭ୍ୟା ମିତାଞ୍ଜଳି ପଣ୍ଡା,ବିଦ୍ୟାଳୟ ଏସଏମସି ସଭାପତି ପ୍ରଳୟ କୁମାର ସାହୁ,ସାମାଜିକ କର୍ମୀ ସରୋଜ ରାୟ, ପ୍ରଭାତ କୁମାର ପଣ୍ଡା, ବାସୁଦେବ ନାୟକ, ଅଟଳ ବିହାରୀ ରାଉତ,ଭୀମସେନ ସେଠି ପ୍ରମୁଖ ରଘୁନାଥପୁର ବିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ ଦେବାସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଛାତ୍ରୀଛାତ୍ରଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ବ୍ଲକ କିମ୍ବା ପଞ୍ଚାୟତ ଅନୁଦାନରେ ଖୁବଶୀଘ୍ର ଉକ୍ତ ରାସ୍ତାକୁ କଂକ୍ରିଟ କରାଯିବ ବୋଲି ବିଡିଓ ବିରଞ୍ଚି ନାରାୟଣ ବେହେରା ପ୍ରତିଶ୍ରୁତି ଦେଇଥିବାର ସାମାଜିକ କର୍ମୀ ରାୟ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *