ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ।

ସଂସ୍କୃତ ମାସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଓ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱର ର ମିଳିତ ସହଯୋଗରେ ବିଦ୍ଯାଳୟର ପଞ୍ଚମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ଯୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ୧୦ ଦିବସୀୟ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ ହୋଇ ଯାଇଛି।

ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଶିବିରର ପ୍ରଶିକ୍ଷକ ଭାବେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ଵରର ପ୍ରଚାରକ ଜୟପ୍ରକାଶ ଶାସ୍ତ୍ରୀ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲା ବେଳେ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ର ସଂସ୍କୃତ ଅଧ୍ଯାପକ ଡକ୍ଟର ସନ୍ତୋଷ କୁମାର ସାହୁ ଓ ଖଳିସାହି ଉଚ୍ଚ ବିଦ୍ଯାଳୟ ର ଶିକ୍ଷକ ଗୋସ୍ୱାମୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କୃତ ଭାଷାର ସର୍ବଦା ବ୍ଯବହାର ପାଇଁ ଅନେକ ମାର୍ଗ ଦର୍ଶନ କରିବା ସହିତ ସଂସ୍କୃତ ଭାଷା କାହିଁକି ଦେବଭାଷା, ବେଦଭାଷା ଓ ଆଦିଭାଷା, ସେ ବିଷୟରେ ଚର୍ଚ୍ଚା ଆଲୋଚନା କରିଥିଲେ। ଏହି ଶିବିରରେ ୬୦ ଜଣ ଛାତ୍ରଛାତ୍ରୀ ଶିବିରାର୍ଥୀ ଭାବେ ଯୋଗଦେଇ ଶିବିରକୁ ରୁଦ୍ଧିମନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *