ଶୋଭା ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟରେ ବୃକ୍ଷ ରୋପଣ

ଶୋଭା ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟରେ ବୃକ୍ଷ ରୋପଣ
କୋଣାର୍କ – ସ୍ବେଛାସେବୀ ଓ ସାମାଜିକ ଅନୁଷ୍ଠାନ ଶୋଭା ଫାଉଣ୍ଡେସନ ଅଧକ୍ଷ ପ୍ରକୃତିବନ୍ଧୁ ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ସହଯୋଗରେ କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଛି। ଛାତ୍ରଛାତ୍ରୀ ତଥା ପିଲାମାନଙ୍କ ପାଇଁ ଉପକାରୀ ପୃଷ୍ଟିକର ଫଳ ବଗିଚା ସୃଷ୍ଟି କରିବା, ଛାୟା ପ୍ରଦାନ, ଅମ୍ଳଜାନ ବୃଦ୍ଧି, ପରିବେଶ ସୁରକ୍ଷା, ମୁର୍ତ୍ତିକା ସୁରକ୍ଷା ଆଦିର ସଚେତନତା ବାର୍ତ୍ତା ନେଇ ଖାଲିଥିବା ସ୍କୁଲ୍ ପରିସରରେ ଫଳ ଗଛ ଚାରା ରୋପଣ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ନଡ଼ିଆ, ଆମ୍ବ, ପଣସ, ଲେମ୍ବୁ ଆଦି ଚାରା ରୋପଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଗୁଡ଼ିକର ସୁରକ୍ଷା ପାଇଁ ଦାୟିତ୍ଵ ବହନ କରାଯାଇଛି। ଆଗମୀ ଦିନରେ ଶୋଭା ଫାଉଣ୍ଡେସନ ପକ୍ଷରୁ ଅନ୍ୟାନ୍ୟ ଉପକାରୀ ପୃଷ୍ଟିକର ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରାଯିବ ବୋଲି ଅଧକ୍ଷ ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ତୋଫାନ କୁମାର ବେହେରା, ଶିକ୍ଷୟତ୍ରୀ ଲିଜା ବେହେରା ଓ ଦିପ୍ତିମୟୀ ସ୍ବାଇଁ, ଶିକ୍ଷକ ପଙ୍କଜ ବିଶ୍ବାଳ, ସିଆରସିସି ଦେବାଶିଷ ବାହିନୀପତି ଓ ସ୍କୁଲ୍ ପରିଚାଳନା କମିଟି ସଭାପତି ଉମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *