ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ଦିବସ ଓ ବିଶ୍ବହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ
ଅଦ୍ୟ ତା – ୨୪/୦୮/୨୦୨୫ ରିଖ ରବିବାର ବିଶ୍ବହିନ୍ଦୁ ପରିଷଦ ଭଦ୍ରକ ଜିଲ୍ଲା ତରଫରୁ ଜନ୍ମାଷ୍ଟମୀ ତିଥି,, ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ଦିବସ ଓ ବିଶ୍ବହିନ୍ଦୁ ପରିଷଦ ସ୍ଥାପନା ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି ଗତ ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ବିଭିନ୍ନ ପ୍ରଖଣ୍ଡ, ଖଣ୍ଡ ଓ ଗ୍ରାମରେ ପାଖାପାଖି ୮୫ ସ୍ଥାନରେ ସ୍ଥାପନା ଦିବସ ପାଳିତ ହେଉଥିବା ବେଳେ ଆଜି ତାର ସମରୋପ ଦିବସ ପାଳନ ଉପଲକ୍ଷେ ସକାଳ ୧୦ ଘଟିକା ସମୟରେ ସ୍ଥାନୀୟ ଗନ୍ଧିପଡ଼ିଆ ଶିଶୁ ମନ୍ଦିର ଠାରୁ ରାଧାକ୍ରିଷ୍ଣା ମୂର୍ତ୍ତି ଏକ ସୁସଜ୍ଜିତ ବିଭାନ ରେ ୦୮ ଟି କୀର୍ତ୍ତନ ଦଳ ଓ ସହ ସହ ମାତୃଶକ୍ତି, ଦୂର୍ଗା ବାହିନୀ, ଓ ବଜରଙ୍ଗ ଦଳର ଭାଇମାନଙ୍କ ଘଣ୍ଟ, ଘଣ୍ଟା, ହରିବୋଲ, ହୋଳହୋଳି ସହ ଜୟ ଶ୍ରୀରାମ ନାରରେ ସମ୍ପୂର୍ଣ୍ଣ ଭଦ୍ରକ ନଗର ପ୍ରକମ୍ପିତ ହୋଇଥିଲା ଉକ୍ତ ଶୋଭାଯାତ୍ରା ଟି ଗାନ୍ଧୀ ପଡ଼ିଆରୁ ବାହାରି, ଥାନା ଛକ, କଲେଜ ଛକ, ଅପର୍ତି ବିନ୍ଧା ଛକ ହୋଇ ଟାଉନ୍ ହଲ୍ ପର୍ଯ୍ୟନ୍ତ ପରିକ୍ରମା କରିଥିଲା ଏହି ସମୋରିପ ସମାବେଶ ରେ ବିଶ୍ବହିନ୍ଦୁ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ସଂଗଠନ ମନ୍ତ୍ରୀ ମାନନୀୟ ଶରତ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଦୀର୍ଘ ଷାଠିଏ ବର୍ଷ ଧରି ସମାଜ ସଂସ୍କାର ଦିଗରେ ବିଭିନ୍ନ ସମ୍ପର୍କରେ ଅବଗତ କରିଥଲେ ଏତତ୍ ବ୍ୟତୀତ ସମ୍ମାନିତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବେଦ ବିଶାରଦ ପଣ୍ଡିତ ବିରେନ୍ଦ୍ର ପଣ୍ଡା , ରୁଦ୍ରାଶ୍ରମ ଗୋଶାଳା ପ୍ରମୁଖ ତଥା ସନ୍ଥ ରାମ ଚନ୍ଦ୍ର ଦାସ, ଜିଅର୍ ସ୍ଵାମୀ ଓ ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଓ ମୟୂରଭଞ୍ଜ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ବିପିନ ବିହାରୀ ପଣ୍ଡା, ପ୍ରାନ୍ତ ସହ ସଂଯୋଜକ ରାଜୀବ ନେତ୍ର ଖେଡେଙ୍ଗା , ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ନିର୍ମଳ ରାଉତ୍, ମହିଳା ଉପ ସଭାପତି ଟି ରାଜଲକ୍ଷ୍ମି ଅପା, ଜିଲ୍ଲା ସମ୍ପାଦକ ମାନନୀୟ ବସନ୍ତ କୁମାର ରାଉତ, ସହ ସମ୍ପାଦକ ଶ୍ରୀମାନ ଆଲୋକ କୁମାର ପଣ୍ଡା,ଦୂର୍ଗା ବାହିନୀ ଜିଲ୍ଲା ସଂଯୋଜୀକା ସୁଶ୍ରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ମାତୃଶକ୍ତି ପ୍ରମୁଖ ସବ୍ରତା ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଭୀମସେନ ପାଣି, ଜିଲ୍ଲା ସେବା ପ୍ରମୁଖ ରଥ କିଶୋର ସାମଲ, ଜିଲ୍ଲା ମଠ ମନ୍ଦିର ପ୍ରମୁଖ କୃଷ୍ଣ ଚନ୍ଦ୍ର ଦାସ, ଜିଲ୍ଲା ସାମାଜିକ ସମର୍ଶତ୍ତା ପ୍ରମୁଖ ହରେକୃଷ୍ଣ ଜେନା, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବିଜୟ କୁମାର ଦାସ, ସହ ସଂଯୋଜକ ଖିତିସ ଚନ୍ଦ୍ର ରାଉତ, ସହ ସଂଯୋଜକ ଦେବ କଲ୍ୟାଣ ସାହୁ, ଜିଲ୍ଲା ସୁରକ୍ଷା ପ୍ରମୁଖ ଅଶୋକ ଲେଙ୍କା, ବଳ ଉପାସନା ପ୍ରମୁଖ ଚନ୍ଦ୍ର ଶେଖର ରାଉତ୍, ଗୋରକ୍ଷା ପ୍ରମୁଖ ମନ୍ବାଥ ନାୟକ,ମିଳନ କେନ୍ଦ୍ର ପ୍ରମୁଖ ରଞ୍ଜିତ ପୃଷ୍ଟି, ନଗର ସଭାପତି ମାନଗୋବିନ୍ଦ ନାୟକ , ବଜରଙ୍ଗ ଦଳ ନଗର ରୁ ବ୍ୟୋମକେଶ ମହାନ୍ତି, ଦେବାଶିଷ ଜେନା, ଏବଂ ବହୁ କାର୍ଯ୍ୟକର୍ତ୍ତା ମାନେ ପରିଚାଳନା ନିମନ୍ତେ ସାହାଯ୍ୟ କରିଥିଲେ
