ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନେଇ ଆଜି ରାଜ୍ୟ ସମିତିସଭ୍ୟ/ସଭ୍ୟା ସଂଘର ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ
ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନେଇ ଆଜି ରାଜ୍ୟ ସମିତିସଭ୍ୟ/ସଭ୍ୟା ସଂଘର ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ l
ଫୁଲବାଣୀ:ନିପ୍ର:-୨୫/୦୮() ଓଡ଼ିଶା ରାଜ୍ୟ ସମିତିସଭ୍ୟ/ସଭ୍ୟା ସଂଘର ଏକ ଗୁରୁତ୍ୱପୂର୍ଣ ବୈଠକ ଆଜି ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନ ଠାରେ ବସୁଥିବା ଜଣା ପଡ଼ିଛି l ଏନେଇ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଂଘର ସଭାପତି,
ସମ୍ପାଦକ କୁ ରାଜ୍ୟ କମିଟି ଡକାଇଥିବା ରାଜ୍ୟ କମିଟିର ଉପ ସଭାପତି ବୈଦ୍ୟନାଥ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ସମିତିସଭ୍ୟ/ସଭ୍ୟା ମାନଙ୍କ ବିଭିନ୍ନ ମୌଳିକ ଅଧିକାର ପାଇବା ଉପରେ ରାଜ୍ୟ ସରକାରଙ୍କୁ ୬ ଦଫା ଦାବିପତ୍ର ସଙ୍ଘ ପକ୍ଷରୁ ବାରୁମବାର ଦେଇଥିଲେ ମଧ୍ୟ ଏହାର କୌଣସି ବିଚାର କରାଯାଉ ନାହିଁ କି ସଙ୍ଘ ସହିତ ଆଜିପର୍ଯ୍ୟନ୍ତ ସରକାର ଆଲୋଚନା ମଧ୍ୟ କଲେ ନାହିଁ l ରାଜ୍ୟରେ ରହିଛି ୬ ହଜାର ୭ ଶହ ୯୭ ପଞ୍ଚାୟତ ଓ ୩ ଶହ ୧୪ ଗୋଟି ବ୍ଲକ l ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଓ ସମିତିସଭ୍ୟ ସମାନ ବ୍ୟବଧାନର ଭୋଟରେ ନିର୍ବାଚନ ଲଢ଼ିଥାନ୍ତି ଏବଂ ନିର୍ବାଚିତ ପରେ ପଞ୍ଚାୟତ ସମିତି ମଧ୍ୟ ଗଠନ କରନ୍ତି କିନ୍ତୁ ଦୁଃଖର କଥାଯେ ଜଣେ ସମିତିସଭ୍ୟ ଯେଉଁ ପଞ୍ଚାୟତରୁ ନିର୍ବାଚିତ ହୋଇଥାନ୍ତି ସେହି ପଞ୍ଚାୟତରେ ତାଙ୍କୁ ବସିବାପାଇଁ କି ଜନସାଧାରଣ ଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ ଅଫିସ ଗୃହ ଟିଏ ନାହିଁ ପଞ୍ଚାୟତ ବୈଠକରେ ନିମନ୍ତ୍ରିତ ଅତିଥି ହୋଇଥାନ୍ତି ସେହିଭଳି ପଞ୍ଚାୟତର ଗ୍ରାମ ଗୁଡ଼ିକରେ ବିଭିନ୍ନ ଉନୟନ ମୂଳକ ଯୋଜନାର ପ୍ରକଳ୍ପ ତାଲିକା ସମିତିସଭ୍ୟ ମାନେ ଦିଅନ୍ତି କିନ୍ତୁ ସରକାରଙ୍କ ଠାରୁ ମଞ୍ଜୁର ହୋଇ ଆସିଲାପରେ ଜାଣିପାରନ୍ତି ନହିଁ l ପଞ୍ଚାୟତ ସମିତି ଗଠନ କରନ୍ତି ଏବଂ ଅଲୋଡ଼ା ହୋଇ ରୁହନ୍ତି l ଏଭଳି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସରକାରଙ୍କୁ ଦାବିପତ୍ର ପ୍ରଦାନ ହୋଇଛି କିନ୍ତୁ ଏହା ଉପରେ ସରକାର କର୍ଣ୍ଣପାତ କରୁନାହାନ୍ତି l ପଞ୍ଚାୟତ ନିର୍ବାଚନ ହୋଇ ୩ ବର୍ଷ ବିତିବ ଆଗକୁ ପୁନର୍ବାର ନିର୍ବାଚନ ହେବାପାଇଁ ସମୟ ପାଖେଇ ଆସିଲାଣି ଏହାକୁ ଦୃଷ୍ଟିରେ ରଖି ଆଗକୁ କି ପଦକ୍ଷେପ ସଙ୍ଘ ନେବ ସେ ନେଇ ବୋଧେ ଗରୁତ୍ବ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି l ବୈଠକରେ ସଂଘର ରାଜ୍ୟ ସଭାପତି ସମରେନ୍ଦ୍ର ଦୀକ୍ଷିତ,ସାଧାରଣ ସମ୍ପାଦକ ସୁନୀଲ କୁମାର ପଣ୍ଡା,କାର୍ଯ୍ୟକରି ସଭାପତି ଅଜିତ ଶ୍ରୀଚନ୍ଦନ ସମେତ ଉପ-ସଭାପତି ତଥା ବରିଷ୍ଠ ଉପଦେଷ୍ଟା ଅଶୋକ ନାୟକ, ସନ୍ତୋଷ କୁମାର ବେହୁରିଆ,ପ୍ରକାଶ ସାମନ୍ତରାୟ,ଜଗନ୍ନାଥ ହନ୍ତାଳ,
ଜୋତିରଞ୍ଜନ ନାୟକ,ଚନ୍ଦନ ପ୍ରଧାନ, ମାନୁଏଲ ଛିଞ୍ଛାଣୀ,ବସନ୍ତ କୁମାର ସାହୁ ଯୁଗ୍ମ ସମ୍ପାଦକ ବୀରେନ୍ଦ୍ର ଦାସ ତଥା ଅନ୍ୟ ସଦସ୍ୟ ଗଣ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି l
