ଦାରିଙ୍ଗବାଡି ଠାରେ ଜିଲ୍ଲା ଅଙ୍ଗନବାଡି ବୈଠକରେ ଯୋଗଦେଲେ ରାଜ୍ୟ ସଭାନେତ୍ରୀ ଓ ସମ୍ପାଦିକା

ଦାରିଙ୍ଗବାଡି ଠାରେ ଜିଲ୍ଲା ଅଙ୍ଗନବାଡି ବୈଠକରେ ଯୋଗଦେଲେ ରାଜ୍ୟ ସଭାନେତ୍ରୀ ଓ ସମ୍ପାଦିକା।

ଫୁଲବାଣୀ:ନିପ୍ର:-୨୫/୦୮(ରିପୋର୍ଟ -ବୈଦ୍ୟନାଥ ବେହେରା )ଭାରତୀୟ ମଜଦୂର ସଂଘ (ବିଏମ ଏସ) ସହ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ କନ୍ଧମାଳ ଶାଖାର ଜିଲା ସ୍ତରୀୟ ବୈଠକ ଦାରିଙ୍ଗବାଡିଗ୍ରାମ ପଞ୍ଚାୟତ ସଭାଗୃହରେ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ରଙ୍କ ସଭପତିତ୍ୱରେ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦିକା କୁଞଲତା ଦାସ କନ୍ଧମାଳ ଜିଲ୍ଲା ସଂଘ ସମ୍ପର୍କରେ ବ୍ୟାପକ ସୂଚନା ଦେଇ ସଂଘ ର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଭାରତୀୟ ମଜଦୂର ସଂଘର କନ୍ଧମାଳ ଜିଲା ସଭାପତି ଅଶୋକ ପରିଡା, ଅଙ୍ଗନବାଡି ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ପରିଛା, ଦାରିଙ୍ଗବାଡି ବ୍ଲକ ସଭାନେତ୍ରୀ ରଶ୍ମି ନାୟକ, ଜିଲା କୋଷାଧ୍ୟକ୍ଷ କୁନି ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।
ଫେସ କ୍ୟାପଚର ପାଇଁ କନ୍ଧମାଳ ଜିଲ୍ଲାର ଅଧିକାଂଶ ଗ୍ରାମ ପଞ୍ଚାୟତରେ ନେଟୱାର୍କ ନଥିବାରୁ ସରକାର ନେଟ ବ୍ୟବସ୍ଥା କରିବା,ସମସ୍ତଙ୍କୁ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମୋବାଇଲ ଯୋଗାଇ ଦେବାକୁ ଦାବୀ କରାଯାଇଛି। ସ୍ଥାୟୀ ଚାକିରୀ ନ ହେବା ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀଙ୍କୁ ୨୩ହଜାର ଓ ସହାୟିକାକୁ ୧୫ହଜାର ଟଙ୍କା ବେତନ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବୀ କରାଯାଇଛି।ମୂଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପୋଷଣ ଯୋଜନାରେ ଅଣ୍ଡା ସିଜାଇବା ପାଇଁ ଅର୍ଥ ବ୍ୟବସ୍ଥା ନଥିବାରୁ ବ୍ୟବସ୍ଥା କରିବା ଆବଶ୍ୟକ। ଅନ୍ୟ ବିଭାଗ କର୍ମଚାରୀଙ୍କ ଭଳି ଅଙ୍ଗନବାଡି କର୍ମୀ ଓ ସହାୟିକା କାର୍ଯ୍ୟ ସମୟରେ ମୃତ୍ୟୁ ବରଣ କଲେ ତାଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଓ ଷାଠିଏ ବର୍ଷ ପରେ ଦୁଇ ବର୍ଷ ଚାକିରୀ ସିଧାସଳଖ ବୃଦ୍ଧି କରିବାକୁ ନିର୍ଦ୍ଦେଶ ନ ଦିଆଯାଉ ବୋଲି ମତ ପ୍ରକାଶ ପାଇଛି।ହିତାଧିକାରୀଙ୍କୁ ଦିଆଯାଉଥିବା ଅତି ନିମ୍ନମାନର ଛତୁଆ ବଦଳାଇ ବିକଳ୍ପ ବ୍ୟବସ୍ଥା କରାଯାଉ।ବର୍ଷ ବର୍ଷ ଧରି ପଡିରହିଥିବା ଅଙ୍ଗନବାଡି ଗୃହ ନିର୍ମାଣ ତୁରନ୍ତ ଶେଷ କରାଯାଉ। ନୂତନ ଶିକ୍ଷା ନୀତି ଅନୁସାରେ ଯୋଗ୍ୟତା ଓ ଦକ୍ଷତା ଭିତିରେ ପ୍ରତି ବ୍ଲକର କର୍ମୀ ଓ ସହାୟିକାଙ୍କୁ ପ୍ରମୋଶନ କରାଯାଉ। ନିର୍ବାଚନ ଘୋଷଣା ଅନୁସାରେ ଅଙ୍ଗନବାଡି କର୍ମୀଙ୍କୁ ୩ହଜାର ଓ ସହାୟିକାଙ୍କୁ ୧୫୦୦ଟଙ୍କା ରାଜ୍ୟ ସରକାର ମାସିକ ଅଧିକ ବେତନ ପ୍ରଦାନ କରିବାକୁ ଦାବୀ ହୋଇଛି।ଏହି ଅବସରରେ ବିଏମ ଏସର ଜିଲା ସଭାପତି ଅଶୋକ ପରିଡା କର୍ମୀମାନଙ୍କୁ ଉତ୍ସାହିତ କରି ଆଜିର ସମୟରେ ଦଳର ବଳ ବୋଲି ଥିଲେ।ସରକାରଙ୍କର ବହୁବିଧ କାର୍ଯ୍ୟ ଅଙ୍ଗନବାଡି ଦ୍ୱାରା କରାଯାଉଛି।୨୦୩୦ମସିହା ସୁଦ୍ଧା କୁପୋଷଣ ମୁକ୍ତ ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାକୁ ଭାରତ ସରକାର ଜାତି ସଂଘରେ ସ୍ୱାକ୍ଷର କରିଥିବାରୁ ରାଷ୍ଟ୍ର ହିତରେ ଅଙ୍ଗନବାଡିର ଗୁରୁତ୍ୱ ଅଧିକ ରହିଛି ବୋଲି କହିଥିଲେ।ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ବହୁ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *