ପାୱାର ଲିଫଟିଙ୍ଗ

ପାୱାର ଲିଫଟିଙ୍ଗ, ମେଲରେ ଯାଇଛି ନେପାଳରେ ଓଡ଼ିଆ ପୁଅଙ୍କ କମାଲ | ଜିତିଲେ ୨ ସ୍ଵର୍ଣ୍ଣ ପଦକ। କାଠମାଣ୍ଡୁ ରେ ଚମକିଲେ ଓଡ଼ିଆ ତଥା ପୁରୀର ପୁଅ ଦେବୀ ପ୍ରସାଦ ଦାସ। ଏସିଆନ୍ ପାୱାର ଲିଫ୍ଟିଂ ପ୍ରତିଯୋଗୀତାରେ ବାଜିମାତ କରିଛନ୍ତି ଦେବୀ ପ୍ରସାଦ। ଏସିଆନ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇ ୧୫ ଅଗଷ୍ଟ ରୁ ୧୭ ଅଗଷ୍ଟ କାଠମାଣ୍ଡୁରେ ଆୟୋଜିତ ଏସିଆନ ପାୱାର ଲିଫ୍ଟି ପ୍ରତିଯୋଗିତାରେ ସେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଜୁନିଅର ବିଭାଗର ୧୨୦ କେଜି ବର୍ଗ ଡେଡ୍ ଲଫ୍ଟିଂ ରେ ସ୍ୱର୍ଣ୍ଣ ହାତେଇବା ସହ ସାମଗ୍ରିକ ଶକ୍ତି ଉତ୍ତୋଳନରେ ସ୍କ୍ୱାଟ,ବେଞ୍ଚ ପ୍ରେସରେ ସେ ହାତେଇଛନ୍ତି ଅନ୍ୟ ଏକ ସ୍ଵର୍ଣ୍ଣ । ଯାହାକି ଆମ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ। ଉକ୍ତ ପ୍ରତିଯୋଗିତାରେ ଭାରତକୁ ମିଶାଇ ୭ଟି ଦେଶ ଅଂଶ ଗ୍ରହଣ କରିଥିଲେ। କଠିନ ପରିଶ୍ରମ ସହ ପିତା ମାତାଙ୍କ ସହଯୋଗ ଆଶୀର୍ବାଦ ଯୋଗୁ ଏହି ସଫଳତା ମିଳିଛି।ସେଥିପାଇଁ ସେ ବହୁ ଖୁସି।ସରକାରଙ୍କ ପକ୍ଷରୁ ଯଦି ପ୍ରୋତ୍ସାହନ ମିଳେ ତେବେ ଆଗକୁ ଆହୁରି ଅନେକ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ମନୋନୀତ ହେବା ସହ ପଦକ ହାତେଇବାକୁ ଲକ୍ଷ ରଖିଛନ୍ତି ବୋଲି କହିଛନ୍ତି ପୁରୀ ର ସ୍ବର୍ଣ୍ଣ ପଦକ ବିଜେତା ଦେବୀ ପ୍ରସାଦ ଦାସ।

Leave a Reply

Your email address will not be published. Required fields are marked *