ପୁଣି ଆଉଥରେ ଆନ୍ଦୋଳନକୁ ଓଲ୍ହାଇବେ ରାଜ୍ୟ ସମିତିସଭ୍ୟ/ସଭ୍ୟା ପରିବାର l
ଭୁବନେଶ୍ୱର:-୨୫/୦୮ଓଡ଼ିଶା ରାଜ୍ୟ ସମିତିସଭ୍ୟ/ସଭ୍ୟା ସଙ୍ଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ସଭାଗୃହ ଠାରେ ରାଜ୍ୟ ସମିତି ପରିବାର କୋର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ରାଜ୍ୟ ସଙ୍ଘ ସଭାପତି, ସମରେନ୍ଦ୍ର ଦୀକ୍ଷିତ,କାର୍ଯ୍ୟକାରୀ ସଭାପତି ଅଜିତ ଶ୍ରୀଚନ୍ଦନ,ସାଧାରଣ ସମ୍ପାଦକ ସୁନୀଲ କୁମାର ପଣ୍ଡା,ଖୋର୍ଦ୍ଧା ଜିଲ୍ଲା ସଭାପତି,ତଥା ରାଜ୍ୟସଙ୍ଘ ଉପସଭାପତି ପ୍ରକାଶ ସାମନ୍ତରାୟ,କନ୍ଧମାଳ ଜିଲ୍ଲା ସଭାପତି ରାଜ୍ୟ ଉପ-ସଭାପତି ବୈଦନାଥ ବେହେରା,ରାଜ୍ୟ ସଙ୍ଘ ଉପ-ସଭାପତି ସନ୍ତୋଷ କୁମାର ବେହୁରିଆ (କେନ୍ଦ୍ରାପଡ଼ା ) ମାନୁଏଲ ଛିଞ୍ଛାନି,ବୀରେନ୍ଦ୍ର ଦାସ,ବାଲେଶ୍ୱର ପ୍ରତିନିଧି କାର୍ତ୍ତିକ ପାତ୍ର,ଟଙ୍କଧର ପଟେଲ ନୂଆପଡା ଚୁରାନସିଂ ମାଝୀ,ପ୍ରକାଶ ଚନ୍ଦ୍ର ସାହୁ ଖୋର୍ଦ୍ଧା କଟକରୁ ମନୋଜ କୁମାର ନନ୍ଦ,ରାୟଗଡାରୁ ଭୂଷଣ ବିଦିକା ମାଲକାନଗିରିରୁ ରାଜକମଲ ପୁରୋହିତ, ଆକାଶ ମାଝୀ,ବିନୋଦ ରାଉତରାୟ ପ୍ରମୁଖ ଯୋଗଦାନ କରିଥିଲେ,ଉକ୍ତ ବୈଠକରେ ସମିତିସଭ୍ୟ/ସଭ୍ୟା ମାନଙ୍କ ମୌଳିକ ଅଧିକାର ସମ୍ପର୍କରେ ଆଲୋଚନା ହେବାସହ ସରକାରଙ୍କୁ ବହୁବାର ୬ ଦଫା ଦାବିପତ୍ର ପ୍ରଧାନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦାବିକୁ ପୂରଣ ହୋଇ ପାରିନଥିବା କିମ୍ବା ସରକାର ଏହି ଉପରେ କୌଣସି ବିଚାର କରୁନଥିବା ସମ୍ପର୍କରେ ଆଲୋଚନା କରାଗଲା l ତେଣୁ ଏହାକୁ ସମିତିସଭ୍/ସଭ୍ୟା ସଙ୍ଘ ପକ୍ଷରୁ ଘୋର ନିନ୍ଦା କରିବା ସହିତ କେତୋଟି କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ସମସ୍ତଙ୍କ ମତାମତ ଅନୁସାରେ ନିଷ୍ପତି କରାଗଲା l

ସଂଘକୁ ପଞ୍ଜିକରଣ କରାଯିବା ପାଇଁ ନିଷ୍ପତ୍ତି କରାଗଲା,ପଞ୍ଜିକରଣ ପ୍ରସ୍ତୁତି ଦାୟିତ୍ୱ କାର୍ଯ୍ୟକାରୀ ସଭାପତି ଅଜିତ ଶ୍ରୀଚନ୍ଦନ ଓ ଉପ-ସଭାପତି,ବୀରେନ୍ଦ୍ର ଦାସ ଙ୍କୁ ଦାୟିତ୍ୱ ଦିଆଗଲା। ମୌସୁମୀ ଅଧିବେଶନ ପୂର୍ବରୁ ରାଜ୍ୟପାଳ ଓ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ ପାଇଁ ରାଜ୍ୟ ସଭାପତି ସମରେନ୍ଦ୍ର ଦୀକ୍ଷିତ,ସାଧାରଣ ସମ୍ପାଦକ ସୁନୀଲ କୁମାର ପଣ୍ଡା,ରାଜ୍ୟ ଉପ-ସଭାପତି ବୈଦ୍ୟନାଥ ବେହେରା ଙ୍କୁ ଦାୟିତ୍ୱ ଦିଆଗଲା। ସରପଞ୍ଚ ସମିତିସଭ୍ୟ ଭତ୍ତା ଅସମାନତା କୁ ନେଇ ହାଇକୋର୍ଟ ରେ ମାମଲା ରୁଜୁ କରାଯିବାକୁ ନିଷ୍ପତି ଗ୍ରହଣ କରାଗଲା l ଆସନ୍ତା ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ,ତେଣୁ ଦାବି ପୂରଣ ପ୍ରତିବାଦରେ ରୟାଲ ପି.ଏମ.ଜି ଠାରେ ଅଧିବେଶନ ସେସହେବା ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ନିଷ୍ପତି କରାଗଲା l ଧାରଣାରେ ବସିବା ପୂର୍ବରୁ ପ୍ରତି ଜିଲ୍ଲାରେ ଜିଲ୍ଲା ବୈଠକ ଆୟୋଜନ କରାଯାଇ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ କରାଯ୍ୟାଳୟ ସମୁଖରେ ଧାରଣାରେ ବସିବାକୁ ନିଷ୍ପତି ନିଆଗଲା। ଶେଷରେ ଆଜି ରାଜ୍ୟ ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାୟକ ଙ୍କୁ ଭେଟି ପୁନରବାର ଆଉଥରେ ଦାବିପତ୍ର ପ୍ରଦାନ କରାଗଲା l
