ଓମ ଶାନ୍ତି ଆଶ୍ରମ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ଓମ ଶାନ୍ତି ଆଶ୍ରମ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ। ରଘୁନାଥପୁର ତା:-୨୪ / ୮()ବିଶ୍ୱ ଭାତୃତ୍ୱ ଦିବସ ଅବସରରେ ରାଜ ଯୋଗିନୀ ଦାଦି ପ୍ରକାଶ ମଣି ଙ୍କ ୧୮ ତମ ପୂଣ୍ୟ ତିଥି ଉପଲକ୍ଷେ ରଘୁନାଥ ପୁର ବ୍ଲକ ଅନ୍ତର୍ଗତ ବାଗସାହି ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରି ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ପରିଚାଳକ ବି. କେ. ଅନିତା ଙ୍କ ଅଧ୍ୟକ୍ଷତା ଆୟୋଜିତ ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାକ୍ତ ଶିଶୁ ବିଷସଂଜ୍ଞ ଡାକ୍ତର ରାଜ କିଶୋର ବରାଳ ଯୋଗ ଦେଇ ଶିବିରକୁ ଉଦଘାଟନ କରି କହିଲେ ଜଣେ ରକ୍ତ ଦାତା ରକ୍ତ ଦାନ କଲେ ଆଉ ଜଣ ଙ୍କ ମୂଲ୍ୟବାନ ଜୀବନ ବଞ୍ଚି ପାରୁଛି। ତେଣୁ ରକ୍ତ ଦାନ କରିବା ପାଇଁ ରକ୍ତ ଦାତା ମାନେ ଆଗେଇ ଆସିବାକୁ ଶ୍ରୀ ବରାଳ ଆହ୍ୱାନ ଦେଇଛନ୍ତି।

ଜଗତସିଂହପୁର ଜି
ଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର ରକ୍ତ ଭଣ୍ଡାର ଡାକ୍ତର ପ୍ରିୟନ୍ତ ମେହେର ଙ୍କ ନେତୃତ୍ୱ ରେ ଅପରାଜିତା ସହୂ, ଜୋତ୍ରୀମାୟୀ ଦାଶ, ଗୋପବନ୍ଧୁ ମହାନ୍ତି, ସୁଧାଂଶୁ ଜେନା ବିଶ୍ୱରଂଜନ ମଲ୍ଲିକ, ରାକେଶ ବେହେରା ଟିମ ପହଂଚି ରକ୍ତ ଦାତା ଙ୍କ ନିକଟରୁ ୧୧ ୟୁନିଟି ରକ୍ତ ସଂଗ୍ରହ କରିଥିଲେ। ଶିବିରରେ ଜଗତସିଂହପୁର ଆଶ୍ରମ ର ବଡ ଭଉଣୀ ବି. କେ ସାଗରୀକା ଜୟପୁର ଆଶ୍ରମ ର ବିଦ୍ୟାଧର ଭାଇ ,ସାରଦା ଭାଇ,ଇଲା ଭଉଣୀ ମିକି ଭଉଣୀ ଙ୍କ ସହିତ ସମାଜ ବିକାଶ ମିଶନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସମ୍ପାଦକ ସରିତ କୁମାର ମହାପାତ୍ର , ସମାଜସେବୀ ଜଗନ୍ନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳିତ କରିଥିଲେ।
