ଜାରକା କୁ ଏନଏସି ନ କରାଯିବ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭାଓ ଗଣ ଧାରଣା
ଜାରକା କୁ ଏନ ଏସି ନ କରାଯିବ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭାଓ ଗଣ ଧାରଣା
ଧର୍ମଶାଳା – ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ପ୍ରାଣ କେନ୍ଦ୍ର ଜାରକା କୁ ଏନଏସି କରାନଯିବା ପ୍ରତିବାଦରେ କଂଗ୍ରେସର ପ୍ରତିବାଦ ସଭା ଧାରଣା ଜାରି। ଏନଏସି କରାଯିବା ନେଇ ପୂର୍ବ ସରକାର ଘୋଷଣା କରିଥିବା ବେଳେ ଏବେ ଜାରି ହୋଇଥିବା ବିଜ୍ଞପ୍ତିରେ ଜାରକା ବାଦ୍ ପଡିଛି। ଯାହାର ପ୍ରତିବାଦର ଧର୍ମଶାଳା କଂଗ୍ରେସ ପକ୍ଷରୁ ଆଜି ଜାରକା ବାଜାର ଠାରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା କଂଗ୍ରେସ ନେତା କିଶାନ ପଣ୍ଡା ଏହି ପ୍ରତିବାଦ ସଭାର ଆୟୋଜନ କରିଥିବା ବେଳେ ଏଥିରେ ବହୁ ସଂଖ୍ୟାରେ କର୍ମୀ ମାନେ ଯୋଗ ଦେଇ ସରକାରଙ୍କ ଏହି ବୈମାତୃକ ମନୋଭାବର ପ୍ରତିବାଦ କରିଛନ୍ତି। ୧୯୮୯ ମସିହାରୁ ରାଜ୍ୟରେ କଂଗ୍ରେସ ସରକାର ଥିବା ସମୟରେ ଜାରକାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କରାଯିବ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ପରବର୍ତ୍ତୀ ସମୟରେ ୧୯୯୮ ମସିହାରେ ପୁନଶ୍ଚ ଜାରକାକୁ ଏନଏସି କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ସହ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଥିଲା କିନ୍ତୁ ଜାରକାର ଏନଏସି ସ୍ବପ୍ନ, ସ୍ୱପ୍ନରେ ରହିଥିଲା। ଦୀର୍ଘ ୨୬ବର୍ଷ ପରେ ରାଜ୍ୟରେ ବିଜେଡ଼ି ସରକାରର ଶେଷ ସମୟରେ ଧର୍ମଶାଳା ବାସୀଙ୍କୁ ନିର୍ବାଚନକୁ ଆଖିଆଗରେ ରଖି ସରକାର ୨୦୨୪ ଫେବୃଆରୀ ୨୪ ତାରିଖରେ ଜାରକାକୁ ଏନଏସି କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ସରକାର ପରିବର୍ତ୍ତନ ପରେ ବିଜେପି ସରକାର ୧୨ଗୋଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଜାରକା ସମେତ ୯ ଟି ବାଦ୍ ପଡିଛି। । ଏହି ତାଲିକାରେ ଜାରକା ନାମ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
