କବି ମଧୁସ୍ମିତା ସାହୁଙ୍କ ‘ରାଧା ଚନ୍ଦ୍ରିକା’ ଉନ୍ମୋଚିତ
୨୬/୮ ,ବ୍ରହ୍ମପୁର : ଗୋକର୍ଣେଶ୍ୱର ମନ୍ଦିର ମଣ୍ଡପ କକ୍ଷରେ କବି ମଧୁସ୍ମିତା ସାହୁଙ୍କ କବିତା ସଂକଳନ ‘ ରାଧା ଚନ୍ଦ୍ରିକା ‘ ର ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାହିତ୍ୟ ପରିଷଦ ଦ୍ବାରା ପ୍ରକାଶିତ ଏହି ପୁସ୍ତକର ଉନ୍ମୋଚନ ପର୍ବରେ ବିଶିଷ୍ଟ ନାଟ୍ୟକାର ଇଂ ଯାମିନୀକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିତା ଅନୁଭବ ଓ ଅନୁଭୂତିକୁ ନେଇ ଗତି କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ । କବି ବିଦେଶୀ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟ ସର୍ବଦା ସମାଜକୁ ସକ୍ରିୟ ଓ ସୃଜନ କ୍ଷମ କରିଥାଏ ଏହି ଅବସରରେ ପ୍ରକାଶିତ ‘ରାଧା ଚନ୍ଦ୍ରିକା’ ସମାଜ ପାଇଁ ଏକ ଅନନ୍ୟ ଉପହାର ବୋଲି କହି ଥିଲେ । ସମ୍ମାନିତ ଅତିଥି ଭାବେ ସୁଲେଖକ ଡ଼ାରାଜେନ୍ଦ୍ର ବେହେରା ଓ ଶିକ୍ଷାବିତ୍ ଜ୍ୟୋତ୍ସ୍ନା ପାଣି ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ହୋଇ ରାଧା ଚନ୍ଦ୍ରିକା ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ କବି ସୁଶାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ କାର୍ଯ୍ୟକ୍ରମକୁ କବି ସୁଜାତା ଶତପଥୀ ସଞ୍ଚାଳନା କରିଥିଲେ । ଏହି ଅବସରରେ ସଂଯୋଜିକା ନନ୍ଦିନୀ ମହାରଣାଙ୍କ ସଂଯୋଜନା ଅନୁଷ୍ଠିତ କବିତା ପାଠ ଉତ୍ସବରେ କବି ବଂଶୀଧର ସେଠୀ,ମନିଷା ପ୍ରସାଦ ସାମନ୍ତସିଂହାର ,ଗିରିଜା ଶଙ୍କର ଦାଶ,ଜ୍ୟୋତ୍ସ୍ନା ରାଣୀ ଦେବୀ ,ବିଜୟ ମହାରଣା ,ବିନୋଦିନୀ ନାୟକ ,ଗଙ୍ଗାଧର ମହାକୁଡ ,ସୌରଭ କାନ୍ତ ତ୍ରିପାଠୀ,ବୋଧିସତ୍ୱ ମହାରଣା , ସୁଧାଞଳି ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ” ରାଧା ଚନ୍ଦ୍ରିକା ” ସଙ୍କଳନର କବି ମଧୁସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀ ପ୍ କୁମାର୍ ସାହୁ ଏକ ଭଜନ ଗାନ କରିବା ସହ ତାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ।
