ସିନ୍ଦୂର ଉତ୍ସଵ
ସିନ୍ଦୂର ଉତ୍ସଵ ରେ ଓଡ଼ିଶୀ ନୃତ୍ୟ ମୁଖ୍ୟ ଆକର୍ଷଣ ବ୍ରହ୍ମପୁର, ୨୬/୮ ଗଞ୍ଜାମ କଳା ପରିଷଦ ପରିସରରେ ଅଙ୍ଗହାର ନୃତ୍ୟାୟନ ପକ୍ଷରୁ ସିନ୍ଦୂର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ କାଜୁ ନିଗମ ଗମ ଅଧ୍ଯକ୍ଷ ସୁବାସ ମହାରଣା ଓ ପୂର୍ବତନ ତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗଦେଇଥିଲେ ।
ଗୁରୁ ଜୟନ୍ତ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗାୟତ୍ରୀ ଶତପଥୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ରଶ୍ମୀରଞ୍ଜନ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ଅବସରରେ ଓଡ଼ିଶୀ ନୃତ୍ୟ ମୁଖ୍ୟ ଆକର୍ଷଣ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମସ୍ତ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା ।
