ବର୍ଷା ଆସେ

ବର୍ଷା ଆସେ କଦମ୍ବ ବାସ୍ନାରେ ଛୁଇଁ ଯାଏ ମେଘାସନ ମଥା ରିମଝିମ ମେଘ ମଲ୍ହାର ଗୀତିରେ l ବର୍ଷା ଆସେ କବିର କଲମ ମୁନରେ କେବେ କେବେ ଶିଳ୍ପୀର ତୁଳିରେ ସବୁଜ ଶ୍ୟାମଳ କେଦାର କେଦାରେ ଅବା ବିରହୀଣୀ ରୁପସୀ ର ଦେହ ଦେହଳିରେ l ବର୍ଷା ଆସେ ଜୀବନ ବେଦିରେ ସପ୍ତରଙ୍ଗୀ ଇନ୍ଦ୍ରଧନୁର ବିବର୍ଣ ବିଭାରେ ନୂଆ ସକାଳର ନୂଆ ସମ୍ଭାବନନେଇ ଫର୍ଦ୍ଧେ କାଗଜର ଆସ୍ୱାସିବୁକୁରେ l -ବର୍ଷା ଆସେ ଲକ୍ଷେ ପଦ୍ମ ନେଇ , -ଅତର୍କିତେ ଖୋଲିଦେଇ ହୃଦୟର ଗୋପନ ଦରଜl ବତୁରା ବୟସର ଚତୁର୍ଥ ପ୍ରହରେ, – ଅବା ବିତୃଷ୍ଣା ର ନିରବତକୋଳେ , କ୍ଷତାକ୍ତ ଆୟୁଷ ର କୋହରେ କୋହରେ l – ବର୍ଷା ଆସ ସ୍ମୃତି ଫାଟକର ଆଉଜଣେ ପଣରେ, ଖୋଜିବୁଲେ ଅତୀତର ରାଶୀ ରାଶୀ ସ୍ମୃତି, ମନ ସହରର ଉଆଁସ ଅନ୍ଧାରେ, ଅବା କେଉଁ ଏକ ସବୁଜ ବନର ମାୟାର ମୋହରେ, ଝିଙ୍କାରିର ଝିଂ ଝିଂ ଶବ୍ଦରେ ଶବ୍ଦରେ l କରୁଣାକରଦାସ – ଉଦଳା, ମୟୁରଭଞ୍ଜ

Leave a Reply

Your email address will not be published. Required fields are marked *