ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର ଡାକ୍ତରଖାନା ରେ ଭର୍ତ୍ତି
ଧର୍ମଶାଳା – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ସମ୍ପାରୁ ପଞ୍ଚାୟତ ତୁରଙ୍ଗ ଗ୍ରାମର ଜଳଧର ଜେନା ଙ୍କ ପୁତ୍ର ଚିନ୍ମୟ ଜେନା ତାଙ୍କ ସାଙ୍ଗ ମାନଙ୍କ ସହ ନିକଟସ୍ଥ କୁଆଁରୀଆ ନାଳ କୁ ଶୌଚ ହେବାକୁ ଯିବା ବେଳେ ମା ଛୁଆ ତିନଟି ଭାଲୁ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ l କିନ୍ତ ସବୁ ସାଙ୍ଗ ମାନେ ଭାଲୁ ଦେଖି ଜୀବନ ବିକଳେ ଦୌଡି ପଳାଉ ଥିବାବେଳେ ହଠାତ ଚିନ୍ମୟ ତଳେ ପଡିଯାଇଥିଲେ ସେହି ଅବସ୍ଥାରେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥଲା l ତାଙ୍କ ମୁହଁକୁ ମଧ୍ୟ କ୍ଷତ ଵିକ୍ଷାତ କରିଦେଇଥିଲା l

ଖବର ପାଇ ତାଙ୍କ ପରିବାର ଏବଂ ଗ୍ରାମବାସୀ ସେଠାରେ ପହଂଚିଚିନ୍ମୟ କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବଡ଼ଚଣା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା କରାଯାଉଛି l କିନ୍ତୁ ଚିନ୍ମୟ ର ସ୍ୱାସ୍ଥ୍ୟ ଅବସ୍ଥା ଗୁରତର ହୋଇ ପଡିବାରୁ ବଡ଼ଚଣା ସ୍ଵାସ୍ତ୍ୟ କେନ୍ଦ୍ର ରୁ କଟକ ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି l ଭାଲୁକୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ବନ ବିଭାଗ କୁ ଜଣାଇଛନ୍ତି l ବନ ବିଭାଗ ନିକଟସ୍ଥ ଜଙ୍ଗଲ କୁ ଠିକ ଭାବେ ସୁରକ୍ଷାଏବଂ ତଦାରଖ ନଦେବାରୁ ଜଙ୍ଗଲରେ ଥିବା ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି l ଫଳରେ ଲୋକ ମାନେ ଜଙ୍ଗଲ ଜନ୍ତୁଙ୍କ କବଳରେ ଶିକାର ହେଉଛନ୍ତି l ଏଥିପାଇଁ ସମ୍ପୂର୍ଣ ବନ ବିଭାଗ କୁ ଦାୟିକଲେ ସାଧାରଣ ଲୋକ ଓ ବୁଦ୍ଧିଜୀବୀ l
