ଜଗନ୍ନାଥପୁର ବଣିକସଂଙ୍ଘ ପୂଜାମଣ୍ଡପରେ ଝଲସିଲେ ପ୍ରଭୁ ଗଜାନନ।
ରଘୁନାଥପୁର ତା ୨୭/୮(ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସ୍ଥାନୀୟ ଜଗନ୍ନାଥପୁର ବଜାର ବଣିକ ସଂଙ୍ଘ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଭୁ ଗଜାନନ ଙ୍କ ପୂଜାବିଧି ମହା ଆଡମ୍ବରେ ପାଳନ କରାଯାଉଛି।ଏହି ଅବସରରେ ମଧ୍ୟାହ୍ନ ରେ ପ୍ରଭଙ୍କ ପାଣିତୋଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏକ ବିରାଟ ପଟୁଆରରେ ବ୍ୟବସାୟୀ ଭାଇମାନେ ବାଜା,ଘଣ୍ଟ,ଶଙ୍ଖ ବଜାଇ ବଜାର ପରିକ୍ରମା କରି ନିକଟସ୍ଥ ତାଳଦଣ୍ଡାକେନାଲରୁ ଜଳଆଣି ଘଟସ୍ଥାପନ କରାଯାଇଥିଲା।

ଦିର୍ଘ ୧୨୦ବର୍ଷ ରୁ ଉର୍ଦ୍ଧ ଏହିମଣ୍ଡପରେ ଶୋଡଶହ ଉପଚାର ପୁଜାବିଧିରେ ପ୍ରଭୁ ଗଜାନଙ୍କୁ ଆବାହନ କରାଯାଇ ମୣଣମୟ ମୂର୍ତ୍ତିକୁ ପୂଜାକରାଯାଉଛି। ଏହି ପୂଜା ୫ଦିନ ବ୍ୟାପି ଅନୁଷ୍ଠିତ ହେବ।ପ୍ରତି ଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟମ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଶ୍ରଦ୍ଧାଳୁ ଙ୍କ ମନମୋହୁଛି।ଆସନ୍ତା ରବିବାର ଏହାର ଭସାଣି କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ମଦନମୋହନ ଜେନା ଓ ସମ୍ପାଦକ ପ୍ରଭାକର ଖଟୁଆ ପ୍ରକାଶ କରିଛନ୍ତି। ସେହିପରି ରଘୁନାଥପୁର ବଡ ବଜାର ବଣିକ ସଂଙ୍ଘ,ହାଟବ ଜାର,ଜଗନ୍ନାଥ ପୁର ମହେନ୍ଦ୍ରସାହୁଛକ ବଣିକ ସଂଙ୍ଘପକ୍ଷରୁ ପ୍ରଭୁ ଗଜାନନ ଙ୍କ ଆବାହନ ଧୁଯଧାମରେ କରାଯାଉଛି।
