ଭଦ୍ରକ ଜିଲ୍ଲା ସ୍ତରୀୟ ସିଏମ କିଷାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ
-୨୦୨୫-୨୬କୃଷି ଭିତିକ ଗଣପର୍ବ ପବିତ୍ର ନୂଆଖାଇ ଅବସରରେ ଜିଲ୍ଲା ସ୍ତରୀୟ ସିଏମ କିଷାନ ରବି-୨୦୨୫-୨୬ ର ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ରାଉତରାୟଙ୍କ ଅଧକ୍ଷତାରେ କୃଷି ବିଜ୍ଞାନ କେନ୍ଦ୍ର,ରାଣୀତାଲ,ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା, ଯୁବ ସେବା ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମହଦୋୟ ଏବଂ ସମ୍ମାନିତ ଅତିଥ୍ ଭାବେ ମାନ୍ୟବର ସାଂସଦ, ଭଦ୍ରକ ଶ୍ରୀ ଅଭିମନ୍ୟୁ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି

ନାରାୟଣ ସାହୁ, ସହଯୋଗୀ ନିର୍ଦେଶକ ଗବେଷଣା ଶ୍ରୀ ବିଶ୍ବ ରଞ୍ଜନ ନାୟକ ଯୋଗଦାନ କରି କୃଷକ ମାନଙ୍କର ଆୟ ଦ୍ଵିଗୁଣିତ କରିବା ପାଇଁ ମତ ରଖୁଥିଲେ।ଭଦ୍ରକ ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୪୮ ହଜାର ୨୩୫ ଜଣ କୃଷକଙ୍କ ଜମା ଖାତାକୁ ସର୍ବମୋଟ ୪୯ କୋଟି ୬୪ ଲକ୍ଷ ୭୦ ହଜାର ଟଙ୍କା ଡ଼ିବିଟି ମାଧ୍ୟମରେ ପ୍ରଦାନ କରାଗଲା Iପରିଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଵିଜବର ସେଠୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
