ଋଷିବନ୍ତରେ ପୂଜାପାଇବେ ମହାପ୍ରଭୁ ଶ୍ରୀଜଗନ୍ନାଥ
ଋଷିବନ୍ତରେ ପୂଜାପାଇବେ ମହାପ୍ରଭୁ ଶ୍ରୀଜଗନ୍ନାଥ l
ଆଜି ସକାଳ ୧୦ଟା ୩୦ମିନିଟ ସମୟରେ ଋଷିବନ୍ତ ପୀଠରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ଋଷିବନ୍ତ ଉନ୍ନତି କଳ୍ପେ ଶ୍ରୀକ୍ଷେତ୍ର ପଞ୍ଚକୋଶିରେ ଋଷିବନ୍ତ ପରିଚାଳନା କମିଟି ବୈଠକ ଆରମ୍ଭ ହୋଇ ଅପରାହ୍ନ ପାଞ୍ଚଟାରେ ପରିସମାପ୍ତି ଘଟିଥିଲା l
ଏହି କାର୍ଯ୍ୟକ୍ରମ ରେ ଋଷିବନ୍ତ ନିକଟସ୍ଥ ଗ୍ରାମ କାଶୀଝରିଆ, ବେଢାସୁନ୍ଦର, ଚାପମାଣିକ, ମାତିଗାଡ଼ିଆ, ଡିହପୁର, ନିଆଜପୁର,ତନ୍ତକେରା, ସାଲେପୁର, ମୋଟ, ହାସିନୀପୁର,ସାହାଜନପୁର, ପଲଙ୍କ,ଚଣ୍ଡୀପୁଟ, ଗୋବିନ୍ଦପୁର, ସାତିକିପୁର ଓ ବୁଦ୍ଧିସାହି ସମେତ ଅଠରଖଣ୍ଡ ଗ୍ରାମବାସୀ ଓ ପରିଚାଳନା କମିଟିର ମିଳିତ ବୈଠକ ରେ କମିଟିର ସ୍ଥାୟୀ ସଭାପତି କବି ଦାମୋଦର ପରିଡାଙ୍କ ସଭାପତିତ୍ୱ ରେ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦଳାଇ, ଉପସଭାପତି ଅଧ୍ୟାପକ ତ୍ରିଲୋଚନ ଦଳାଇ, ସଂଯୋଜକ ବିଭୁଦତ୍ତ ଭିକାରୀ ଚରଣ ଜେନା, କୋଷାଧକ୍ଷ ମନୋଜ କୁମାର ଦଳାଇ, ପ୍ରଶାନ୍ତ କୁମାର ତ୍ରିପାଠୀ ଓ ସରପଞ୍ଚ ଅମୁଲ୍ୟ କୁମାର ଜେନାଙ୍କ ସହିତ ବ୍ରହ୍ମଗିରି ଅଞ୍ଚଳ ର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ଅଠରଖଣ୍ଡି ଗ୍ରାମର ମୁରବୀମାନେ ଉପସ୍ଥିତ ରହି କିଭଳି ଋଷିବନ୍ତ ବାଲିବନ୍ତ ଉପରେ ମନ୍ଦିର ତିଆରି ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ ପୂଜାପାଇବା ସହିତ ଏହାକୁ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା l ଶେଷରେ ମାର୍ଗଶିର ମାସରେ ମନ୍ଦିର ତିଆରି ଆରମ୍ଭ ହେବବୋଲି ନିଷ୍ପତି ନିଆଯାଇଥିଲା l
