ଉଦଳା ଠିକାଦାର ସଂଘ ତରଫରୁ ଧାରଣା
ଉଦଳା (ନି. ପ୍ର ) ଗ୍ରାମ୍ୟ ନିର୍ମାଣ ବିଭାଜନର ଉଦଳା ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଆକାଉଣ୍ଟସ ଅଧିକାରୀ ନ ଟିବିବାରୁ ବିଭିନ୍ନ ଉନ୍ନ୍ନୟନ କାର୍ଯ୍ୟ ରେ ସମସ୍ୟା ସୃଷ୍ଟି ହେଉଥିବା ଦୃଷ୍ଟି ଗୋଚର ହେଉଅଛି l ଏହି ପଦବୀ ତୁରନ୍ତ ନିଯୁକ୍ତି ନେଇ ଉଦଳା ଠିକାଦାର ସଂଘ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା l ତୁରନ୍ତ ଯଦି ଆକାଉଣ୍ଟସ ଅଧିକାରୀ ନ ଦିଆଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର ରୁ ଅତି ତୀବ୍ର ହେବାର ସମ୍ଭାବନା କୁ ଏଡାଇଦିଆଯାଇ ନ ପାରେ ବୋଲି ଠିକାଦାର ସଂଘର ସାଧାରଣ ସମ୍ପାଦକ ନନ୍ଦ କିଶୋର ବିନ୍ଧାଣି ଖୋଲାଖଲି ଭାବରେ ପ୍ରକାଶ କରିଛନ୍ତି l ଏହି ଧାରଣା ରେ ଠିକାଦାର ସଂଘର ସାଧାରଣ ସମ୍ପାଦକଙ୍କ ସହ ସଂଘର ଉପସଭାପତି ରବୀନ୍ଦ୍ର କୁମାର ପରିଡା, ଦିଲ୍ଲୀପ କୁମାର ବେଜ, ସହ ସମ୍ପାଦକ ମାନସ ରଞ୍ଜନ ଦାସ, ଡିକେନ୍ସ ବେହେରା, ମାନସ କୁମାର ପୁହାଣ, ସଂଘର କୋଷାଧକ୍ଷ୍ୟ ପ୍ରଭାତ କୁମାର ସାହୁ, ପୂଜା କମିଟି ର ସମ୍ପାଦକ ରାମ ଚନ୍ଦ୍ର ବେହେରା, ସହ ସମ୍ପାଦକ ଆଦର୍ଶ ଯେନା ଅଜିତ ମଲ୍ଲିକ, ଓ ସଂଘର ଉପ ଦେଷ୍ଠା ରଜତ କୁମାର ବିଶ୍ୱାଳ, ଆପଦ କୁମାର ରାଉତ, କୃଷ୍ଣ ଚନ୍ଦ୍ର ସଦୁଆଲ, ସୁଭାଶିଷ ମହାନ୍ତି, ବିବେକାନନ୍ଦ ସଦୁଆଲ, ସଞ୍ଜୟ କୁମାର ପୁହାଣ, ବିଭାସ କୁମାର ରାଉତ, ଉପେନ୍ଦ୍ର ପରିଡା, ସତ୍ୟନାରାୟଣ ସେଠୀ, ନବକିଶୋର ଯେନା, ବଳରାମ ଲେଙ୍କା, ଅଭିମନ୍ୟୁ ନାୟକ, ସର୍ବେଶ୍ୱର ତ୍ରିପାଠୀ, ପ୍ରଣବ କୁମାର ରାଉତ, ଶ୍ରୀକାନ୍ତ ବେହେରା, ସନ୍ତୋଷ ନାରାୟଣ ସେଠୀ ଙ୍କ ସହ ଠିକାଦାର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l
