ଅଙ୍ଗଦାନ କରି ଅମର ହେଲେ ଅନ୍ବେଷ।

ରଘୁନାଥପୁର,୨୮/୮:- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜୟଶୋଳ ଗ୍ରାମର ଅକ୍ଷୟ ବେହେରାଙ୍କ ପୁଅ ଅନ୍ବେଷ ଦାସ (୨୦) ନିଜର ଦୁଇ ଆଖିକୁ ଦାନ କରି ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୧ ତାରିଖରେ ଅନ୍ବେଷ ଭୁବନେଶ୍ୱର ସ୍ଥିତ ସମହସ୍ପିଟାଲରୁ ଆସୁଥିବା ବେଳେ ସିଆରପି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇ ଥିଲେ। ଏହି ଘଟଣାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇକ୍ଯାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଆବେଦନ ପରେ ମୃତ ଅନ୍ବେଷଙ୍କର ଦୁଇ ଚକ୍ଷୁ ବାହାର କରାଯାଇ ଅନ୍ୟ ଚକ୍ଷୁ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବା କଥା ତାଙ୍କର ପିତା ଅକ୍ଷୟ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଙ୍ଗଦାନ ପାଇଁ ସାଧୁବାଦ ଜଣାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *