ବାଗସାହି ଦୁର୍ଗାପୂଜା କମିଟି ର ପ୍ରସ୍ତୁତି ବୈଠକ

ବାଗସାହି ଦୁର୍ଗାପୂଜା କମିଟି ର ପ୍ରସ୍ତୁତି ବୈଠକ।
ରଘୁନାଥପୁର ତା୨୮/୮( ରଘୁନାଥପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ବାଗସାହି ଦୁର୍ଗାପୂଜା କମିଟି ର ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ସଭାପତି ଶ୍ରୀଯୁକ୍ତ ଯୋଗାନନ୍ଦ ବୋଷ ଓ ସମ୍ପାଦକ ଗୌରାଙ୍ଗ ଚରଣ ଦାସ ଅଧ୍ୟକ୍ଷତା ରେ
ଅନୁଷ୍ଠିତ ହୋଇଯାଇଛି।ଏଥିରେ କମିଟି ର ସଦସ୍ୟ ତଥା ଉପ ସଭାପତି ଶ୍ରୀଯୁକ୍ତ ଚନ୍ଦନ ରାଉତ, ସହ ସମ୍ପାଦକ ଶ୍ରୀଯୁକ୍ତ କଲ୍ୟାଣ ମୁଖାର୍ଜୀ, କୋଷାଧକ୍ଷ ଶ୍ରୀଯୁକ୍ତ ପ୍ରଦୀପ ଦାସ, ସହ କୋଷାଧକ୍ଷ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ସେନାପତି ଓ କମିଟି କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ମନୁତୋଷ ବୋଷ, କିଶୋର ମୁଖାର୍ଜୀ, ପ୍ରମୋଦ ସେନାପତି, ଅକ୍ଷୟ ମଣ୍ଡଳ, ସୁମନ ସେନାପତି, ଶ୍ରୀମନ୍ତ ପ୍ରକାଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ lଏଥିରେ ଦିବଂଗତ ଆତ୍ମା ଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା lପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଧାଷ୍ଟମୀ ରେ ମାଟି ଅନୁକୂଳ ପାଇଁ ଦିନ ସ୍ଥିର ହୋଇଥିଲା
ଏ ବର୍ଷ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା ସହିତ ଧୁମ୍ ଧାମ୍ ରେ ପାଳନ ପାଇଁ ଆଲୋଚନା ହୋଇଥିଲା ବିଭିନ୍ନ ବିଭାଗର ଦାୟିତ୍ୱ ଯାଥା ମାଟି ଅନୁକୂଳ ଠାରୁ ମେଢ଼ ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କାର୍ଯ୍ୟକାରୀ ସଭ୍ୟ ଓ ଯୁବ ପିଢି ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ଏବଂ ସରକାରଙ୍କ ଗାଇଡ୍ ଲାଇନ କୁ ଅନୁସରଣ କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା l
ଏହି ସଭାରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗ ଦେଇଥିଲେ l ଶେଷରେ ସହ ସମ୍ପାଦକ ଦ୍ଵାରା ଧନ୍ଯବାଦ୍ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା l

Leave a Reply

Your email address will not be published. Required fields are marked *