ଆସହେ କ୍ରାନ୍ତିର ଯାତ୍ରୀ

ଆସହେ କ୍ରାନ୍ତିର ଯାତ୍ରୀ ===================≠=== – କରୁଣାକର ଦାସ – -ଦେଖିଛକି କେବେ କୃଷ୍ଣଚୂଡ଼ାର – ଆଖିର ଅସରା ଲୁହ ଶୁଣିଛକି ତୁମେ ଝରା ଶେଫାଳିର – ବୁକୁଫଟା କେତେ କୋହ l କହିକି ପାରିବ ଫୁଙ୍ଗୁଳାଦେହରେ – କେତେଯେ ଜାଡୁଆ ଶୀ ତ ଆଙ୍କିଛକି କେବେ ଜହ୍ନର ତରାସେ – ନିଃଶ୍ୱ ମଣିଷର ଚିତ୍ର l ମାପିଛକି କେବେ କୁଆଁରୀ ଜୀବନେ – ଅନାଗତ ଘୃନ୍ନି ଝଡ଼ ଗଢି ପାରିଛକି କୁହବନ୍ଧୁ ତୁମେ – ଅଭାଗିନୀ ଭଗ୍ନ ନୀଡ଼ l ଖୋଜି ଛକି ଥରେ ସେନେହ ମମତା – ସ୍ମୃତି ହଜା ଜୀବନର ପୋଛି ଦେଇଛକି ଆଖିତଳ ଲୁହ – ମେହ ନତି ମଣିଷର l ସଜାଡ଼ିଛ କେବେ ଉଜୁଡା ସଂସାର – ତ୍ୟାଗର ଦୀପାଳି ଜାଳି ଉଲଗ୍ନ ଓଦ୍ଧତ୍ୟ ଲିଭାଇଛ କେବେ – ମାନବିକ ମନ୍ତ୍ର ତୋଳି l ଅନୁଭବ କେବେ କରିଛକି ଥରେ – – କ୍ଷୁଧାର କରୁଣ ରାଗ ଲିଭାଇ ଅଛକି ଜୀବନରେ କେବେ – ଛଳନର କଳାଦାଗ l କଣ୍ଟାର ଆଘାତ ସହିଛକି କେବେ – ସ୍ୱାର୍ଥ ର ପରଦା ଟାଣି ଛାତିକି ଫୁଲାଇ କହିଛକି କେବେ – ମହାନ ମୋ ଜନ୍ମ ଭୂମି l ତଥାପି ଡାକୁଛି ଆସ ଆସ ବନ୍ଧୁ – ଆସହେ କ୍ରାନ୍ତିର ଯାତ୍ରୀ ବାଣ୍ଟି ଦେଇଯିବା ସୁଖର ସପନ – ଗାଇ ମଙ୍ଗଳମୟ ଗୀତି l —-—–———————————-ଉଦଳା , ମୟୁରଭଞ୍ଜ

Leave a Reply

Your email address will not be published. Required fields are marked *