ଜଇପୁର ମହାନଦୀ ପୋଲ ପାଲଟିଛି ଅପରାଧୀ ଙ୍କ ଆଡାସ୍ଥଳୀ

ଜଇପୁର ମହାନଦୀ ପୋଲ ପାଲଟିଛି ଅପରାଧୀ ଙ୍କ ଆଡାସ୍ଥଳୀ।ତିର୍ତୋଲ ପୋଲିସର ନିରବତା କୁ ନେଇ ପ୍ରଶ୍ନବାଚୀ।ରଘୁନାଥପୁର ତା ୩୦/୮:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ତଥା ତିର୍ତୋଲ ଅଞ୍ଚଳର ପ୍ରମୁଖ ବଜାର ଜଇପୁର ବଜାର ଯାହାକି ଜଗତସିଂହପୁର, କେନ୍ଦ୍ରାପଡା,ପାରାଦୀପ,କଟକ କୁ ସଂଯୋଗ କରୁଥିବା ସ୍ଥାନ।ଏଠାରେ ରହିଛି ପ୍ରସିଦ୍ଧ ବିଭୁତିକ୍ଷେତ୍ର ପ୍ରଭୁ ଗୋରଖନାଥଙ୍କ ମନ୍ଦିର।ଏହାର ଅନତି ଦୂରରେ ରହିଛି ବାଣୀକ୍ଷେତ୍ର ଝଙ୍କଡ ମା ଶାରଳାଙ୍କ ପିଠ।ଦୈନଦିନ ଜଇପୁର ବଜାର ଦେଇ ହଜାର ହଜାର ଲୋକ ପିଠକୁ ଆସୁଥିବାରୁ ଜଇପୁର ବଜାରରେ ଭିଡପରିଲିକ୍ଷିତ ହୋଇଥାଏ।ଲୋକମାଙ୍କ ସୁବିଧା ଦୣଷ୍ଠିରୁ ସରକାର ଜଇପୁରଠାରେ ମହାନଦୀ ରେ ଏକ ପୋଲ ନିର୍ମାଣ କରିଛନ୍ତି।ଏହି ପୋଲଟି ନିର୍ଜନିଆ ସ୍ଥାନରେ ହୋଇଥିବାରୁ ଏହାଉପରେ ପ୍ରତିଦିନ ବିଭିନ୍ନ ଅସାମାଜିକ ଓ ମଦ୍ୟପ ଯୁବକ ମାନଙ୍କ ପ୍ରମୁଖ ଆଡ୍ଡାସ୍ଥଳି ରେ ପରିଣତ ହୋଇଛି।ଏଠାରେ ଯୁବକ ମାନେ ବିଭିନ୍ନ ନିଶାଦ୍ରଦ୍ୟ ଖାଇବା ସହ ଏହି ପୋଲଉପରେ ବିଭିନ୍ନ ନିଶାଦ୍ରବ୍ୟ ବିକ୍ରି କରାଯାଉଛି ବୋଲି ଅଭିଯୋଗ ଉଠିଛି।ଜଇପୁର ଅଞ୍ଚଳ ତିର୍ତ୍ତୋଲ ଥାନା ଅଧିନରେ ରହିଛି।ଏଠାରେ ତିର୍ତ୍ତୋଲ ପୋଲିସ ସବୁଜାଣୁଥିଲେବି ନିରବଦ୍ରଷ୍ଠା ସାଜିଛି କାହିଁକି।ନା ପୋଲିସର ଅନ୍ୟକିଛି ମନ୍ଦ ଉଦ୍ଦେଶ୍ୟ ରହିଛି ତାହାବୁଝାପଡୁନାହିଁ।ଦିନ କୁ ଦିନ ଏହି ପୋଲଉ ପରେ ନିଶା କାରବାର ବଢିବା ଘଟଣାକୁ ନେଇ ବିଜେପି ଯୁବନତା ବଳରାମ ଦଳାଇ ଚିନ୍ତାପ୍ରକଟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଓ ଜିଲ୍ଲା ପୋଲିସ ଙ୍କୁ ଟୁଇଟର(ଏକ୍ସ) ରେ ଅବଗତ କରିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *