ନଦୀରେ ଭାସି ଯାଇ ଵୃଦ୍ଧ ମୃତ
ଗଞ୍ଜାମ ବଡ଼ଗଡ଼ ଥାନା ସରାବାଡି ଗାଁ ନିକଟ ଜରାଉ ନଦୀ କୁ ଗାଧେଇବାକୁ ଯାଇ ଭାସିଗଲେ ବୃଦ୍ଧ। ଦୁଇ କିଲୋମିଟର ଦୂର ରୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହେଲା ମୃତ ଦେହ। ମୃତକ ହେଲେ ସରାବାଡି ଗାଁ ର ଗାଣ୍ଡୁ ବେହେରା | ସୂଚନା ମୁତାବକ ଦିନ ଗୋଟିଏ ବେଳେ ନଦୀକୁ ଗାଧୋଇବା ଯାଇ ଆଉ ଘରକୁ ଫେରିନଥିଲେ। ଘର ଲୋକେ ବହୁ ଖୋଜାଖୋଜି କରିବା ସମୟରେ ସରାବାଡି ଗାଁ ନିକଟ ଜରାଉ ସେତୁ ପାଖରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଖିଥିଲେ | ସୋରଡ଼ା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବଡ଼ଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲେ |
