ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
:ରଘୁନାଥପୁର ତା ୩୧/୦୮/୨୦୨୫ରିଖ:- ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ର ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ରେଢୁଆ ଠାରେ ଆଜି ଶ୍ରୀ ବଟକୃଷ୍ଣ ସ୍ବାଇଁ (ଚତୁର୍ଥ ଶ୍ରେଣୀ କର୍ମଚାରୀ) ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଅଛି। ଉକ୍ତ ସଭାରେ ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ପଣ୍ଡା ସଭାପତିତ୍ବ କରି ସ୍ୱାଇଁ ଙ୍କର କର୍ତ୍ତବ୍ୟ ନିଷ୍ଠା,ସରଳ ମନୋଭାବ ର ଭୁୟସୀ ପ୍ରଶଂସା କରିବା ସହ ଜଣେ ୨୪ଘଣ୍ଟାର ସେବକ ଭାବେ ବିବେଚନା କରିଥିଲେ।ଆଉ ମଧ୍ୟ ତାଙ୍କ ଅବସରରେ ମହାବିଦ୍ୟାଳୟ ର ଜଣେ ଦକ୍ଷ କର୍ମଚାରୀ ଙ୍କ ର ଅନୁପସ୍ଥିତି କୁ ଅନୁଭବ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ଅଧ୍ୟାପକ ପ୍ରତାପ କୁମାର ଲେଙ୍କା ସଂଯୋଜନା କରି ବଟକୃଷ୍ଣ ବାବୁଙ୍କ ର ଦୀର୍ଘ ୨୯ ବର୍ଷର ସେବା ଉପରେ ମତାମତ ରଖିଥିଲେ।

ଅଧ୍ୟାପିକା ଡ଼କ୍ଟର ଯାଜ୍ଞସେନୀ ରାଉତ,ସ୍ମୀତାରାଣୀ ପ୍ରଧାନ, ସୁଜାତା ଦାସ,ସୌମ୍ୟା ମହାନ୍ତି, ସ୍ୱାଗତିକା ଦାସ, କବିତା ବେହେରା,ଝିଲ୍ଲୀ ପାତ୍ର,ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ଅଧ୍ୟାପକ ବାଦଲ ପ୍ରସାଦ ସିଂ, ରଞ୍ଜନ ମହାନ୍ତି, ହିମାଂଶୁ ଜେନା, ପ୍ରଶାନ୍ତ ନାୟକ, ସମରେନ୍ଦ୍ର ନାୟକ, ନାରାୟଣ ରଥ, ମନୋଜ କୁମାର ଦାସ, ଆଲୋକ ପ୍ରଧାନ, କର୍ମଚାରୀ ପ୍ରଦୀପ ନାୟକ, କୃଷ୍ଣ ଚନ୍ଦ୍ର ସ୍ୱାଇଁ, କୈଳାସ ସ୍ବାଇଁ, ନକୁଳ ନାୟକ, ବାବୁଲି ସ୍ୱାଇଁ, ପ୍ରମୁଖ ତାଙ୍କର କର୍ତ୍ତବ୍ୟ ପରାୟଣତା କୁ ଭୂୟସୀ ପ୍ରଶଂସା କରିଥିଲେ। ସର୍ବ ଶେଷରେ ଶ୍ରୀ ସ୍ବାଇଁଙ୍କୁ ଉପଢ଼ୌକନ ପୁଷ୍ପଗୁଚ୍ଛ ମାନପତ୍ର ଇତ୍ୟାଦି ପ୍ରଦାନ କରାଯାଇ ଏକ ଶୋଭାଯାତ୍ରାରେ ତାଙ୍କ ବାସଭବନକୁ ଯାଇ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା।
