ଯାତ୍ରୀ ବ୍ୟବସାୟକୁ ନେଇ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ
ଯାତ୍ରୀ ବ୍ୟବସାୟକୁ ନେଇ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ, ଯାତ୍ରୀ ବ୍ୟବସାୟକୁ ନେଇ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ। ଗୋଡ ଉପରେ ଗାଡ଼ି ଚଢି ଯିବାରୁ ସେବାୟତ ଓ ଗୁମାସ୍ତା ମୁହାଁ ମୁହିଁ। ପୁରୀ ଗ୍ରାଣ୍ଡସେଣ୍ଟର ନିକଟରେ ଘଟିଛି ଘଟଣା। ସେବାୟତ ଜଣକ ଗ୍ରାଣ୍ଡ ସେଣ୍ଟର ନିକଟରେ ଠିଆ ହୋଇଥିବା ବେଳେ ଦୁଇଜଣ ଗୁମାସ୍ତା ତାଙ୍କ ଗୋଡ ଉପରେ ବାଇକ ଚଢେଇ ଦେଇଥିଲେ। ଏଥିସହ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମଧ୍ୟ ସିଂହଦ୍ଵାର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ସେବାୟତ ଜଣକ ହେଉଛନ୍ତି ଗୁଡିଆ ସାହିର ରାମନାରାୟଣ ପୂଜାପଣ୍ଡା। ଘଟଣାକୁ ନେଇ ରାମନାରାୟଣ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀ ଦୁଇ ଗୁମାସ୍ତା ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ତଦନ୍ତ କରୁଛି ସିଂହଦ୍ଵାର ଥାନା ପୋଲିସ। ଗଣେଶପୂଜା ଦିନ ମଧ୍ୟ ସମାନ ଘଟଣାରେ ଜଣେ ସେବାୟତ ଗୁମାସ୍ତାଙ୍କ ଆକ୍ରମଣର ଶିକାର ହୋଇଥିଲେ |
