ଥ୍ରୋ ବଲ ପ୍ରତିଯୋଗିତା ରେ ଆଠମଲ୍ଲିକ ର ସଫଳତା

ଥ୍ରୋ ବଲ ପ୍ରତିଯୋଗିତା ରେ ଆଠମଲ୍ଲିକ ର ସଫଳତା

ଆଠମଲ୍ଲିକ,୧୭ ତମ ଇଷା ଗ୍ରାମ ମହୋତ୍ସବ ଉପଲକ୍ଷେ ହିନ୍ଦୋଳ ବ୍ଲକ ର ପାଣି ପୁରୁଣା କଟକ ଭଲିବଲ ପଡିଆ ରେ ଅନୁଷ୍ଠିତ ଢେଙ୍କାନାଳ ଜୋନ ର କ୍ଳଷ୍ଟର ସ୍ତରୀୟ ଥ୍ରୋ ବଲ ପ୍ରତିଯୋଗିତା ରେ ଆଠମଲ୍ଲିକ ର ମା ରୁଦ୍ର ଭବାନୀ ଥ୍ରୋ ବଲ କମିଟି ତୃତୀୟ ସ୍ଥାନ ଅଧିକାର କରି ସଫଳତା ପାଇଥିବା ମେଣ୍ଟସ ଶୁଭ୍ରାଂଶୁ ଶେଖର ଭୋକ୍ତା ସୂଚନା ଦେଇଛନ୍ତି l ଦିନିକିଆ ଏହି କ୍ଳଷ୍ଟର ସ୍ତରୀୟ ଥ୍ରୋ ବଲ ପ୍ରତିଯୋଗିତା ରେ ୧୨ ରୁ ଉର୍ଧ୍ଵ ଟିମ ଭାଗ ନେଇଥିବା ବେଳେ ଆଠମଲ୍ଲିକ ଟିମ ସଫଳତା ପାଇ ଆଠମଲ୍ଲିକ କୁ ଫେରିଛି l ଆଠମଲ୍ଲିକ କୁ ଫେରିଲା ପରେ ଏହି ୯ ଜଣିଆ ଟିମ କୁ କ୍ରୀଡାବିତ ମାନଙ୍କ ତରଫରୁ କୃତଜ୍ଞତା ଜଣାଯାଇଥିଲା l ଏହି କମିଟି ରେ ମେଣ୍ଟସ ଶ୍ରୀ ଭୋକ୍ତା ଙ୍କ ସମେତ କାଜଲ ପାଣ୍ଡେ, ଅମ୍ବିକା ପାଣ୍ଡେ, ଲିପ୍ସା କଉଡ଼ି, ଭାଗ୍ୟଶିନୀ ବାଘ, ସୋମ୍ୟା ରାଣୀ ପାଣ୍ଡେ, ସୁବାସିନୀ କଉଡ଼ି, ରିତା ଭୋକ୍ତା, ଶୈଳବାଳା ଭୋକ୍ତା ପ୍ରମୁଖ ଖେଳ ରେ ଭାଗ ନେଇଥିଲେ l

Leave a Reply

Your email address will not be published. Required fields are marked *