ତେଲିକୁଦ ସ୍କୁଲ୍ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ
ତେଲିକୁଦ ସ୍କୁଲ୍ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ
କାକଟପୁର,୦୨.୦୯- କାକଟପୁର ବ୍ଲକ ଅନ୍ତର୍ଗତ ଅବଦାନ ପଞ୍ଚାୟତରେ ଥିବା ତେଲିକୁଦ ଉଚ୍ଚ ପ୍ରାଥମିକ ସ୍କୁଲ୍ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ନେଇ ଅଭିଯୋଗ ହେଉଛି। କାକଟପୁର ବ୍ଳକ୍ ପ୍ରଶାସନ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି। ଯାହା ଅତ୍ୟନ୍ତ ନିମ୍ନମାନର ବୋଲି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହେଉଛି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିମ୍ନ ମାନର ସିମେଣ୍ଟ ଓ ବାଲି ବ୍ୟବହାର କରାଯାଇ କୋଠା ନିର୍ମାଣ କରାଯାଇଛି। ଏଥି ସହିତ ଅତ୍ୟନ୍ତ ନିମ୍ନ ମାନର ସିମେଣ୍ଟ ରଙ୍ଗରେ ରଙ୍ଗ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ୱେଦର୍ କୋର୍ଟ ରଙ୍ଗ ବଦଳରେ ନିମ୍ନ ମାନର ସିମେଣ୍ଟ ରଙ୍ଗରେ କରାଯାଇଛି ବିଦ୍ୟାଳୟର ଶ୍ରେଣୀ ଗୃହ ରଙ୍ଗ କାର୍ଯ୍ୟ। ଏଣୁ ପୁରୀ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।
