ବ୍ୟକ୍ତି ଗତ ଜାଗାରେ ରାସ୍ତା ନକରି ବିଦ୍ୟାଳୟ ର ସ୍ଥାୟୀ ଜାଗାରେ ରାସ୍ତା ନିର୍ମାଣ ପାଇ ପ୍ରସ୍ତାବ ଓ ଅଭିଯୋଗ
ବ୍ୟକ୍ତି ଗତ ଜାଗାରେ ରାସ୍ତା ନକରି ବିଦ୍ୟାଳୟ ର ସ୍ଥାୟୀ ଜାଗାରେ ରାସ୍ତା ନିର୍ମାଣ ପାଇ ପ୍ରସ୍ତାବ ଓ ଅଭିଯୋଗ।
ରଘୁନାଥପୁର :-ତା:୨:୯:୨୫:ରିଖ:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଅଢେଇକୂଳ ଗ୍ରାମ ପଞ୍ଚାୟତର ବଡକୋରକୋର ଗ୍ରାମ ର ଶିଶିର କୁ ମାର ଦାସ ଓ ପ୍ରକାଶ କୁମାର ଦାସ ଲିଖିତ ଅଭିଯୋଗ ଓ ଅବଗତ କରାଇବା ସହ,ରଘୁନାଥପୁର ବ୍ଲକ ଅଧିକାରୀ ଙ୍କୁ ଜଣାଇଛନ୍ତି ଯେ ଉକ୍ତ ଗ୍ରାମର କିଛି ମୁଷ୍ଟିମେୟ ଏବଂ କୁଚକ୍ରୀ ଅସାଧୁ ବ୍ୟକ୍ତି ପ୍ରଶାସନ କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଆମର ବ୍ୟକ୍ତିଗତ ଜାଗା ନକ୍ସା ନମ୍ବର (୯୫୨)ରେ ଥିବା ପ୍ଲଟ ଉପରେ ସ୍ଥାଇ ରାସ୍ତା ନିର୍ମାଣ ପାଇ ମସୁଧା ଚଳାଇଛନ୍ତି। ଯାହାକି ସ୍କୁଲ ଯିବାପାଇଁ ବାଟ ନୁହେଁ ମାତ୍ର କିଛି ବିଭ୍ରାନ୍ତିକର ତଥ୍ୟ ଦେଇ ଗଣ ମାଧ୍ୟମରେ ଖବର ପ୍ରକାଶ କରିଛନ୍ତି। ଏଠାରେ ସୁଚନା ଥାଉ କି ସ୍କୁଲ ଆରମ୍ଭ ହୋଇଥିବା ସମୟରେ ଆମ୍ଭ ପିତା ଅନାଦି ଚରଣ ଦାସ (ମୃତ୍ୟୁ)ସେ ସମୟରେ ସ୍ବେଚ୍ଛାକୃତ ଭାବେ ଜମି ଦାନ ଦେଇ ଥିବାରୁ ଆଜି
ସ୍କୁଲ ସହିତ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରିଛି। ସ୍କୁଲ ଟି ବହୁ ପୁରାତନ ହେଲେ ମଧ୍ୟ୍ୟ ଏହାର ମୂଖ୍ୟ ଫାଟକ ଠିକ୍ ଜାଗାରେ ହୋଇନଥିବା ରୁ ଆମ୍ଭର ବ୍ୟକ୍ତି ଗତ ଜାଗାରେ ରାସ୍ତା ନିର୍ମାଣ କରିବା ପାଇ ମସୁଧା ଚଳାଇଛନ୍ତି। ସବୁପ୍ରକାର ସୁବିଧା ଓ ସ୍ଥାୟୀ ନିମନ୍ତେ ସ୍କୁଲ ର ମୂଖ୍ୟ ଫାଟକ କୁ ବଂଦ କରି ସ୍କୁଲ ର ପୁର୍ବ ଭାଗରେ ସ୍କୁଲ କାନ୍ଥ କୁ ଲାଗି ସାତ ଡିସିମିଲ ଜମି ଥିବା ନିଜ ଜାଗାରେ ମାଟି ପୋତାଯାଇ ନୁତନ ରାସ୍ତା ନିର୍ମାଣ କରାଯାଏ, ତାହାହେଲେ ବହୁଦିନ ର ସରକାରୀ ସ୍କୁଲ ର ସ୍ଥାୟୀ ରାସ୍ତା ହୋଇ ପାରନ୍ତା ଯାହା ଦ୍ୱାରା କି ଆମର ବ୍ୟକ୍ତିଗତ ଜାଗା ରୁ ମୁକ୍ତ ହୋଇ ସ୍କୁଲ ରାସ୍ତା ରେ ଛାତ୍ର ମୁଁ ଛାତ୍ରୀ ମାନେ ଯିବା ଆସିବା କରନ୍ତେ ଏହା ଫଳ ରେ ବହୁ ଦିନର ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରନ୍ତା। ଏଠାରେ ପ୍ରକାଶ ଥାଉ କି ଉପରୋକ୍ତ ଅଭିଯୋଗ ଓ ମତାମତ କୁ ବିଚାରକୁ ନେଇ ଆମ୍ଭ ବ୍ୟକ୍ତି ଗତ ଯାଗା କୁ ପ୍ରଶାସନ କୋୖଣସି ପ୍ରକାର ରାସ୍ତା ନିର୍ମାଣ ନ କରିବା ପାଇ ନିବେଦନ କରିବା ସହିତ ଏହି ପ୍ରସଙ୍ଗଟିକୁ ବିଚାରକୁ ନ ନେଇ ରାସ୍ତା ନିର୍ମାଣ କରନ୍ତି ତାହେଲେ ସେମାନେ ଆଇନ୍ ର ଆଶ୍ରୟ ନେବେ ବୋଲି ମତବ୍ୟକ୍ତ କରିଛନ୍ତି।
