ଆକର୍ଷଣ କଲା ମଞ୍ଚ,ବାପ-ପୁଅ ମିଶି ହିରଣ୍ୟ କଶ୍ୟପ ଓ ପ୍ରହଲ୍ଲାଦର ଅଭିନୟ

ଆକର୍ଷଣ କଲା ମଞ୍ଚ,ବାପ-ପୁଅ ମିଶି ହିରଣ୍ୟ କଶ୍ୟପ ଓ ପ୍ରହଲ୍ଲାଦର ଅଭିନୟ

ଫୁଲବାଣୀ:-୦୪/୦୯ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ତାଡମେରୁ ନୂଆସାହି ଗ୍ରାମରେ ମାଁ ବ୍ୟାଘ୍ରଦେବୀ ଯୁବକ ସଙ୍ଘ ପକ୍ଷରୁ ବହୁ ଆଡମ୍ବରରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ନିଆଁରା ପାରମ୍ପରିକ ପୌରାଣିକ ହିରଣ୍ୟ ପ୍ରହଲ୍ଲାଦ ଚରିତ୍ର ନାଟକ ୨ ଗୋଟି ଦଳ ମଧ୍ୟ୍ୟରେ ପରିବେଷଣ ହୋଇଥିଲା l ୧୧ ଘାଣ୍ଟିକା ସମୟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ଦଶରଥ ଜାନି,କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ମହାସଂଘର ସଭାପତି ବୈଦ୍ୟନାଥ ବେହେରା,ସୁଡ୍ରେଜୁ ପଞ୍ଚାୟତ ସମିତିସଭ୍ୟା ଦମୟନ୍ତୀ ଜାନି,ଏଡିଓ ବାଲୁଙ୍କି ଦିଗାଲ.ୱାର୍ଡସଭ୍ୟ ଲଷ୍ମୀକାନ୍ତ କର,ରତାବାରୀ ମୁଠା କୁଇ ସମାଜ ସଭାପତି ପଙ୍କଜ ମଲିକ, ତାଡମେରୁ ୱାର୍ଡ଼ମେମ୍ବର ଚାମ୍ପେଶ୍ୱର ମଲିକ,ବୁଦ୍ଧିଜୀବୀ ବାଳକୃଷ୍ଣ ଜାନି, ଗାଁ ମୁଖିଆ ରମେଶ ଚନ୍ଦ୍ର ବେହେରା,ମାଁ ବ୍ୟାଘ୍ରଦେବୀଙ୍କ ଗାଁ ବରିଷ୍ଠ ଯୁବକ ସଂଘର,ସଭାପତି ସୁନାପାଣି ବେହେରା ଉପ ସଭାପତି ଦେବେନ୍ଦ୍ର ବେହେରା,
ଉପଦେଷ୍ଠା ପ୍ରକାଶ କୁମାର ବେହେରା ପରମା ବେହେରା,ଅଖିଳ ବେହେରା, ବାବୁଲା ବେହେରା,ଦେହୁରୀ ସୁବାସ ବେହେରା,ବାପୁନି ବେହେରା,ପ୍ରମୁଖ ଉପସ୍ଥିତ ଥିଲେ lଏଥିରେ ଗଞ୍ଜାମ ଜିଲ୍ଲା ଲୁଦୁଲୁଦୀ ଅଞ୍ଚଳର ଓ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଡ଼ଭୂଇଁ ଅଞ୍ଚଳର ଚିତାକର୍ଷକ ଭାବେ ନିଜର କଳାକୁ ପ୍ରଦର୍ଶନ କରିଥିଲେ ଓ ଦର୍ଶକଙ୍କ ମନ ମୋହିଥିଲେ l ଖଜୁରୀପଡ଼ା ବ୍ଲକ ବଡ଼ଭୂଇଁ ଗ୍ରାମର ନାଟକ ମଧ୍ୟରେ ନିଆଁରା ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକି ଦର୍ଶକଙ୍କ ମନକୁ ବେଶ ଆକର୍ଷଣ କରିଥିଲା l ୧୦ ବର୍ଷର ଶିଶୁ ପୁତ୍ର ଓ ନିଜ ଜନ୍ମ କରିଥିବା ବାପ ସହିତ ଆକର୍ଷଣୀୟ ଅଭିନୟ ରେ ବାପା ହିରଣ୍ୟ ଓ ପୁଅ ପ୍ରହଲ୍ଲାଦ ହୋଇ ଦର୍ଶକଙ୍କ ମନ ଜିଣିଥିଲେ l ନାଟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା ଧରି ନିଜ ସ୍ଥାନରେ ବସି ଏହି ପୌରାଣିକ ନାଟକକୁ ଉପଭୋଗ କରିଥିଲେ ଏହି ପୌରାଣିକ ନାଟକରେ ପ୍ରଭୁ ଶ୍ରୀ ଲଷ୍ମୀନୃସିଂହ ଠାକୁର ଙ୍କ ଅନେକ କିମ୍ବଦନ୍ତୀ ରହିଛି l ହିରଣ୍ୟ କଶ୍ୟପର ଅହଂକାର ଓ ଗର୍ବକୁ ଶେଷରେ ସହ୍ୟ କରିପାରି ପ୍ରଭୁ ନୃସିଂହ ଠାକୁର ଆବିର୍ଭାବ ହୋଇ ହିରଣ୍ୟ କୁ ବିଦାରି ଦେଇଥିଲେ l
ତେଣୁ ଏହି ନାଟକର ମହିମା ଅନେକ ରହିଛି ବୋଲି ଜଣାଯାଏ l

Leave a Reply

Your email address will not be published. Required fields are marked *