ବିପଦକୁ ନିମନ୍ତ୍ରଣ କରୁଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର

ବିପଦକୁ ନିମନ୍ତ୍ରଣ କରୁଛି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର
ଗୋପ ,୦୪.୦୯ – ପିପିଲି କୋଣାର୍କ ମୁଖ୍ୟ ରାସ୍ତାକୁ ଲାଗି ଗୋପ କଲେଜ ଗେଟ୍ ନିକଟରେ ରହିଛି ଏହି ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର । ଯାହା ଦୈନିକ ସାଧାରଣ ଲୋକ ଓ ଜୀବଜନ୍ତୁଙ୍କ ସହ ଛାତ୍ରଛାତ୍ରୀଙ୍କ ପାଇଁ ବିପଦକୁ ନିମନ୍ତ୍ରଣ କରୁଛି। କିଛି ଦିନ ତଳେ ଅଭିଯୋଗ ହେବାରୁ ବିଦ୍ୟୁତ୍ ବିଭାଗ ଗଛଲତା ସଫା କରି ତାର ଅସ୍ଥାୟୀ ତାରବାଡ କରିଥିଲେ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ସେ ସବୁ ନଷ୍ଟ ହୋଇ ମୁକୁଳା ପଡ଼ିଛି । ଯାହା ଫଳରେ ବୁଲା ଗାଈ ଗୋରୁ ଖାଦ୍ୟ ଅନ୍ୱେଷଣରେ ତା ଭିତରକୁ ପ୍ରବେଶ କରି ବିପଦରେ ପଡ଼ୁଛନ୍ତି । ଆହୁରି ମଧ୍ୟ ଏହି ଟ୍ରାନ୍ସଫର୍ମର ପାଖ ଦେଇ ଶହ ଶହ ଛାତ୍ରଛାତ୍ରୀ କଲେଜ ଯାଉଛନ୍ତି । ଯେକୌଣସି ପରିସ୍ଥିତିରେ କିଛି ଦୁର୍ଘଟଣା ଏଡାଇବା ପାଇଁ ବିଦ୍ୟୁତ୍ ବିଭାଗ ଦୟାକରି ତ୍ୱରିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *