ଗୁରୁଙ୍କୁ ଶ୍ରେଷ୍ଠ ଦକ୍ଷିଣା

ଗୁରୁଙ୍କୁ ଶ୍ରେଷ୍ଠ ଦକ୍ଷିଣା
ଡ. ପ୍ରେମାନନ୍ଦ ବେହେରା_

ବର୍ଷକରେ ଦିନେ ସେପ୍ଟେମ୍ବର ପାଞ୍ଚ
ଗୁରୁଦିବସ ପାଳନ
ଗୁରୁଙ୍କର ଗୁରୁ ରାଧାକ୍ରିଷ୍ଣନଙ୍କୁ
ଅନ୍ତରୁ କରେ ପ୍ରଣାମ ।।୧।।

ପ୍ରକୃତରେ ତୁମେ ପିଲାମାନେ ଯଦି
ଗୁରୁଙ୍କୁ ପାଉଛ ଭଲ
ତାଙ୍କ ଦତ୍ତ ଶିକ୍ଷା ପାଳନ କରିଲେ
ହେବ ତାହା ବହୁମୂଲ୍ୟ ।।୨।।

ହିଂସା ଅହମିକା ସ୍ବାର୍ଥ ତେଜି ମନୁ
ପର ଉପକାରେ ମନ
ଦୃଢ଼ ମନୋବଳେ ନିଶ୍ଚେ କରିହେବ
ଅସାଧ୍ୟ କାର୍ଯ୍ୟ ସାଧନ ।।୩।।

ଦିବାକର ଯେହ୍ନେ ଶୋଷିନିଏ ଜଳ
କର୍ଦମକୁ ଦିଏ ଛାଡି
ସୁଗୁଣ ଗ୍ରହଣେ କୁଗୁଣ ବର୍ଜନେ
ଜୀବନକୁ ଦେବ ଗଢ଼ି ।।୪।।

ପର ଉପକାରେ ଦେଉଥିବ ମନ
ଜୀବ ହୋଇଯିବ ଧନ୍ୟ
ସାର୍ଥକ କରିବ ତୁମ ନାମ ତୁମେ
ପାଇ ମଣିଷ ଜୀବନ ।।୫।।

କର୍ମପଥେ ସଦା ଅଗ୍ରସର ହେବ
ଫଳକୁ ଆଶା ନ ରଖି
ତୁମ ପଥେ ନିଶ୍ଚେ ସହାୟ ହୋଇବେ
ସେହି ପ୍ରଭୁ ଚକାଆଖି ।।୬।।

ଦୁର୍ଜନ ହୋଇଲେ ଭବିଷ୍ୟତେ ତୁମେ
ଗୁରୁ ମନ ହେବ ଉଣା
ସୁଜନ ହୋଇଲେ ମିଳିବ ନିଶ୍ଚୟ
ଗୁରୁଙ୍କୁ ଶ୍ରେଷ୍ଠ ଦକ୍ଷିଣା ।।୭।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *