ଉଦଳା ଏନ. ଏ. ସି କୁ ମୁନିସିପାଲିଟି ମାନ୍ୟତା ପ୍ରଦାନ ଲାଗି ସର୍ବ ଦଳୀୟ ବୈଠକ

ଉଦଳା ଏନ. ଏ. ସି କୁ ମୁନିସିପାଲିଟି ମାନ୍ୟତା ପ୍ରଦାନ ଲାଗି ସର୍ବ ଦଳୀୟ ବୈଠକ ଉଦଳା ତା ୫/୯ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌର ପରିଷଦ ର ମାନ୍ୟତା ମିଳିବ ଲାଗି ଓଡ଼ିଶା ସରକାର ଙ୍କ ନିକଟରେ ନାର୍ଯ୍ୟ ଦାବି ଉପସ୍ଥାପନ ନେଇ ଉଦଳା ର ବିଧାୟକ ଭାସ୍କର ମଢେଇ ଙ୍କ ପରାମର୍ଶ ଅନୁସାରେ ଉପ ଜିଲ୍ଲାପାଳ ଙ୍କ ତରଫରୁ ଏକ ସର୍ବ ଦଳୀୟ ବୈଠକ ଉଦଳା ସ୍ଥିତ ସନ୍ଧନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ବିଜ୍ଞାପିତ ଅଞ୍ଚଳ ପରିଷଦ ର ଲୋକପ୍ରିୟ ଅଧକ୍ଷ୍ୟା ପ୍ରମିଳା ପଣ୍ଡା, ବ୍ଲକ ଅଧକ୍ଷ୍ୟା ମଞ୍ଜୁଲତା ବିଶ୍ୱାଳ, ଉପାଧ୍ୟାକ୍ଷ୍ୟ ରାଜନୀଦାସ, ଉଦଳା ବି. ଡ଼ି ଓ ସମରଜିତ କର, ଙ୍କ ସହ ଅନେକ ସରପଞ୍ଚ, ୱାର୍ଡ ସଦସ୍ୟ, ପଂଚାୟତ ସମିତି ସଦସ୍ୟ, ବିଭିର୍ନ ରାଜନୈତିକ ଦଳ ର କର୍ମକର୍ତ୍ତା, ଏବଂ ବୁଦ୍ଧି ଜୀ ବି ଯଜ୍ଞ ନାରାୟଣ ମହାନ୍ତି, ପ୍ରଭାତ କୁମାର ପରିଡା, ବସନ୍ତ ପରିଡା, ରବୀନ ପଟ୍ଟନାୟିକ, ନାରାୟଣ ପଟ୍ଟନାୟକ, ନିହାର ରଞ୍ଜନ ମୋଦି, କମଳ କୁମାର ଧଳ, ଶରତ ଦାସ, ବନମାଳୀ ବେହେରା, ଲକ୍ଷ୍ମଣ ନାୟକ, ଆଦି ଅଂଶ ଗ୍ରହଣ କରିଥିଲେ l ଏତଦ ବ୍ୟତୀତ ସମସ୍ତ ଗଣ ମାଧ୍ୟମ ପ୍ରତି ନିଧିଙ୍କ ଯୋଗ ଦାନ ପରିପେସାକୁ ଗମ୍ଭୀର କରି ତୋଳି ଥିଲା l ଉପ ଜିଲ୍ଲାପାଳ ସୁଶାନ୍ତ କୁମାରବାରିକ କ୍ଷବ ର ସହ କହିଥିଲେକି ଦୀର୍ଘ ୫୩ବର୍ଷ ପରେ ବି ଉଦଳା ଏନ. ଏ. ସି କୁ ପୌର ପାଳିକା ର ମାନ୍ୟତା ମିଳି ନହ୍ନି l ଏଥି ଲାଗି ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ମନ, ଏକ ପ୍ରାଣ ହୋଇ କାର୍ଯ୍ୟ କାଳେ ଏହାର ସୁଫଳ ନିଶ୍ଚିତ ମିଳି ପାରିବ ଏଥରେ ସନ୍ଧେହ ର ଅବକାଶ ନହ୍ନି l ସୀମା ନିର୍ଧାରଣ ଲାଗି ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ଲାଗି ଉଦଳା ବି. ଡ଼ି. ଓ , ଉଦଳା ତହସିଲଦାର, ଓ ଏନ. ଏ. ସି. ର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ ଥିଲେ l ଉଦଳା ର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସମସ୍ତଙ୍କ ସହଯୋଗ ଲୋଡ଼ା l ତେବେ ଆଜିର ବୈଠକ ରେ ସମେସ୍ତେ ଉତ୍ସାହିତ ଥିବl ଦେଖା ଦେଇଥିଲା l ପରେ ସବୁଦିଗକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ. ବିଭାଗୀୟ ଅଧିକାର, ବୁଦ୍ଧି ଜିବି, ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ କ୍ରିୟାସନୁଷ୍ଠାନ କମିଟି ଗଠନ କରାଯାଇଥିଲା ବୋଲି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ସୂଚନା ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *